Masthead

ବିପଦ ସଂକୁଳ ଅବସ୍ଥାରେ ଭଉଁରିଆ ସେତୁ

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ଦୀର୍ଘ ଚାଳିଶ ବର୍ଷର ପୁରୁଣା ଅସ୍ତରଙ୍ଗ ଭଉଁରିଆ ସେତୁ ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ। ଏହି ସେତୁ ଦେଇ ଅସ୍ତରଙ୍ଗ ବ୍ଲକର ଆଳଙ୍ଗପୁର, ଆଳସାହି , ତାଳଦା,  ନଗର , ନଈଗୁଆଁ ଏହି ପାଞ୍ଚଟି ପଞ୍ଚାୟତର ହଜାର ଲୋକ ଏହି ବିପଦ ସଂକୁଳ ଭଉଁରିଆ ସେତୁ ଉପରେ ନିର୍ଭର କରନ୍ତି । ଏହି ସେତୁ ଉପରେ ପ୍ରତିଦିନ ଭାରିଯାନ ଯାତାୟାତ ହେଉଛି । କେତେବେଳେ ଭୁଶୁଡି ଯିବ ତାହା କହିହେଉନାହିଁ ।

ଅନ୍ୟପଟେ ଜନ ସାଧାରଣ ସୁବିଧାରେ ଯିବା ଆସିବା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ।କିନ୍ତୁ ସ୍ଥାନୀୟନେତାଙ୍କୁ ଭଉଁରିଆ ସେତୁ ଉପରେ ଲକ୍ଷ ପଡୁନାହିଁ । ଏହି ଭଉଁରିଆ ସେତୁ ଦୀର୍ଘଦିନ ହେବ ଭାଙ୍ଗି ବିପଦ ସଂକୁଳ ଅବସ୍ଥାରେ ରହିଛି । ଏପରିକି ସେତୁଟିର ସାଇଡ ୱାଲ ଭାଙ୍ଗି ଗଲାଣି, ଯାହାକି ସେତୁ ସମ୍ପୂର୍ଣ ଦୁର୍ବଳ ହୋଇଗଲାଣି । ଯାହାକି ବିପଦ ସଂକୁଳ ଅବସ୍ଥା ରେ ରହିଛି । କେତେବେଳେ ଏ ସେତୁ ଭାଙ୍ଗିଯିବ ତାହା ମଧ୍ୟ କହିହେବ ନାହିଁ। ତେଣୁ ଏଥିପ୍ରତି ବିଭାଗୀୟ ଅଧିକାରୀ ଯଥାଶୀଘ୍ର ଦୃଷ୍ଟି ଦେବା ଆବଶ୍ୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ