ଭାରତୀୟ ରେଳବାଇର ମହାମାରୀ ବିରୋଧରେ ଲଢ଼େଇ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ରେଳବାଇର ମହାମାରୀ ବିରୋଧରେ ଲଢ଼େଇ । ଆରମ୍ଭ କଲା ଅକ୍ସିଜେନ ପରିବହନର ରୋଲ-ଅନ୍-ରୋଲ-ଅଫ । ଅକ୍ସିଜେନ ଏକ୍ସପ୍ରେସ ବର୍ତ୍ତମାନ ମହାରାଷ୍ଟ୍ରର କଲାମ୍ବୋଲି ଗୁଡ଼ ଶେଡ୍ରୁ ଆସିଥିବା ୭ଟି ଖାଲି ଟ୍ୟାଙ୍କର ପୂର୍ବତଟ ରେଳପଥରେ ରହିଛି । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଆବଶ୍ୟକ ହେଉଛି ମେଡ଼ିକାଲ ଅକ୍ସିଜେନ। ଏହି ବିପଦ ସମୟରେ ଅମ୍ଳଜାନର ଅଭାବ ଥିବାରୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଅକ୍ସିଜେନ ଯୋଗାଉଛନ୍ତି । ଏହି ମହାମାରୀର ଲଢ଼େଇରେ ସାମିଲ ହୋଇଛି ଭାରତୀୟ ରେଳବାଇ ।

ଇସ୍ପାତ କାରଖାନାରୁ ବିଭିନ୍ନ ହସ୍ପିଟାଲକୁ ଅକ୍ସିଜେନ ଯୋଗାଇବା ପାଇଁ ଆରମ୍ଭ ହୋଇଛି ରୋ-ରୋ ସେବା । ଗୁରୁବାର ସକାଳେ ବିଶାଖାପାଟନାମ କଠାରେ ଅବସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡରେ ପହଞ୍ଚିଛି । ଏଥିରେ ଆସିଥିବା ଖାଲି ଟ୍ୟାଙ୍କରେ ତରଳ ମେଡିକାଲ ଅମ୍ଳଜାନ ଭରଣ କରାଯିବ । ପ୍ରତ୍ୟେକ ଟ୍ୟାଙ୍କରରେ ପ୍ରାୟ ୧୫ ଟନ ଏଲ୍ଏମ୍ଠ ଲୋଡ ହେବ । ଏହାପରେ ମହାରାଷ୍ଟ୍ର ଆଡକୁ ଗତି କରିବ ବୋଲି ଜଣାପଡ଼ିଛି । ଅକ୍ସିଜେନ ଏକ୍ସପ୍ରେସ ଦେଶର ବିଭିନ୍ନ ସ୍ଥାନକୁ ଯାତାୟତ କରିବା ସହିତ ରୋଗୀ ଏବଂ ବିଭିନ୍ନ ଡାକ୍ତରଖାନାକୁ ଅକ୍ସିଜେନ ଯୋଗାଇବାରେ ସାହାର୍ଯ୍ୟ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!