Masthead

ଉତ୍ତରାଖଣ୍ଡରେ ହିମସ୍ଖଳନ

ଉତ୍ତରାଖଣ୍ଡରେ (ବଡ ଖବର ବ୍ୟୁରୋ): ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ସୁମନା ଓ ନେତି ଭ୍ୟାଲିରେ ହିମସ୍ଖଳନ ହେବାର ଦିନକ ପରେ ୩୮୪ଜଣଙ୍କୁ ଉଦ୍ଧାର କରାଯାଇଛି । ଭାରତ ଓ ଚୀନ୍ ସମୀମାରେ ଘଟିଥିବା ଏହି ପ୍ରାକୃତିକ ବିପର୍ଯ୍ୟରେ ବହୁ ଲୋକ ନିଖୋଜ ଥିବା ସମ୍ପର୍କରେ ଭାରତୀୟ ସେନାକୁ ଶନିବାର ସୂଚନା ଦିଆଯାଇ ଥିଲା । ଖବର ପାଇ ଭାରତୀୟ ସେନାର ବଛା ବଛା ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିଥିଲେ । ମାଟିରେ ପୋତି ହୋଇଯାଇଥିବା ୮ଟି ଶବ ମଧ୍ୟ ଯବାନମାନେ ଉଦ୍ଧାର କରିଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେନା ପକ୍ଷରୁ ଟ୍ୱିଇଟରେ କୁହାଯାଇଛି, ଯୋଶୀମଠ, ସୁମନା, ନେତି ଅଞ୍ଚଳରେ ଭୟଙ୍କର ବରଫପାତ ହେବାରୁ ପରିସ୍ଥିତି ବିଗିଡିଯାଇଛି । ଯବାନମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବର୍ଡର ରୋଡ ଅର୍ଗାନାଇଜେସନର ଏକ କ୍ୟାମ୍ପ କ୍ଷତିଗ୍ରସ୍ତ ହୋଇଛି । ଏଥିରେ ଥିବା ୫୫ଜଣଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ସେମାନେ ଗୁରୁତର ଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ