Masthead

ମହାଦେବଙ୍କୁ କରୋନା

ମୁମ୍ବାଇ (ବଡ ଖବର ବ୍ୟୁରୋ): କୋରୋନାର ଦ୍ବିତୀୟ ଲହର ସାରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ବହୁ ବଲିଉଡ ସେଲିବ୍ରିଟି ଏହି ସଂକ୍ରମଣରେ ସଂକ୍ରମିତ ହୋଇସାରିଲେଣି । ଏବେ ଟିଭି ସିରିଏଲ ‘ଦେବୋ କେ ଦେବ ମହାଦେବ’ର ଅଭିନେତା ମୋହିତ ରାଇନା ମଧ୍ୟ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏବେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଏନେଇ ମୋହିତ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ।

ମୋହିତ ଇନଷ୍ଟାଗ୍ରାମରେ ହସ୍ପିଟାଲରୁ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ହାତରେ ଡ୍ରିପ ଲଗା ଯାଇଥିବାର ଦେଖିବାକୁ ମିଳିଛି । ପୋଷ୍ଟରେ ମୋହିତ ଲେଖିଛନ୍ତି, ଯେତେବେଳେ ମୁଁ ବାହାର ଏବଂ ଭିତରକୁ ଦେଖେ ମୁଁ ସମସ୍ତଙ୍କ ପାଇଁ ପ୍ରାର୍ଥନା କରେ । ମୋ ବାପା ସର୍ବଦା କୁହନ୍ତି ଯେ ପ୍ରାର୍ଥନା ଯାଦୁ ପରି କାମ କରେ । ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସୁରକ୍ଷିତ ରୁହନ୍ତୁ । ଗତ ସପ୍ତାହରେ କୋଭିଡ ଟେଷ୍ଟ ପଜିଟିଭ୍ ପରେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଏବେ ମୋହିତଙ୍କ ଏହି ପୋଷ୍ଟ ଦେଖି ତାଙ୍କ ଫ୍ୟାନ୍ସ ମାନେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି