Masthead

ଏଭରେଷ୍ଟରେ ପହଞ୍ଚିଲା କରୋନା

କାଠମାଣ୍ଡୁ (ବଡ ଖବର ବ୍ୟୁରୋ): ଡରାଉଛି କରୋନାର ଦ୍ୱିତୀୟ ଲହର । କରୋନା ଦ୍ରୁତ ଗତିରେ ବଢି ବାଢି ଚାଲିଛି । ସଂକ୍ରମଣରେ ଆମେରିକାକୁ ପଛରେ ପକାଇସାରିଲାଣି ଭାରତ । ସାରା ଦେଶରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି । ଏହାରି ଭିତରେ ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ସୁଣିଲେ ଆଶ୍ଟର୍ଯ୍ୟ ଲାଗିବ ସତ କିନ୍ତୁ ଏହା ସମ୍ପୁର୍ଣ୍ଣ ସତ୍ୟ ।

କରୋନା ଭୂତାଣୁ ଏବେ ପହଞ୍ଚିଛି ବିଶ୍ୱର ସବୁଠାରୁ ଉଚ୍ଚତମ ପର୍ବତର ଶିଖର ଉପରେ । ମାନେ ଏଭେରେଷ୍ଟ ଉପରେ । ଏଭେରେଷ୍ଟ ଅଭଯାନରେ ସାମିଲ ହୋଇଥିବା କେତେଜଣ ପର୍ବ ଆରେହୀ ଓ ସେମାନଙ୍କ ସହଯୋଗୀ କରୋନାରେ ସଂକ୍ରମଣ ହେବାରୁ ଏପରି ଭୟାନକ ତଥ୍ୟ ସମ୍ନାକୁ ଆସିଛି । ନରୱେର ଏଭରେଷ୍ଟ ଆରୋହୀ ଏରେଲେଣ୍ଡ ନେସ୍ ପ୍ରଥମ ବ୍ୟକ୍ତି ଭାବେ ସେଠାରେ ସଂକ୍ରମିତ ହୋଇଛନ୍ତି।

ସେ ଏକ ୧୮ଜଣିଆ ଆରୋହୀ ଦଳର ନେତୃତ୍ୱ ନେଇ ଏଭରେଷ୍ଟ ଚଢ଼ୁଥିଲେ। ଗତ ୧୫ ତାରିଖରେ ଆରୋହଣ ଶିବିରରେ ସେ ସଂକ୍ରମିତ ଚିହ୍ନଟ ହେବା ପରେ ତୁରନ୍ତ ତାଙ୍କୁ ହୋଲିକାପ୍ଟର ଯୋଗେ କାଠମାଣ୍ଡୁସ୍ଥିତ ଶିବିରକୁ ଅଣାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ହେବା ପରେ ସ୍ଥାନୀୟ ଏକ ନେପାଳି ପରିବାର ସହିତ ରହିଛନ୍ତି। ଏରେଲେଣ୍ଡଙ୍କ ସହିତ ଥିବା ସମସ୍ତ ଆରୋହୀଙ୍କର ପରୀକ୍ଷା କରାଯାଇଛି ଏବଂ କେହି ସଂକ୍ରମିତ ହୋଇ ନାହାନ୍ତି। ଏହି ଘଟଣା ପରେ ପର୍ବତାରୋହଣ ସଂସ୍ଥାଗୁଡ଼ିକ ସତର୍କ ହୋଇଯାଇଛନ୍ତି।
କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା