Masthead

ଏଭରେଷ୍ଟରେ ପହଞ୍ଚିଲା କରୋନା

କାଠମାଣ୍ଡୁ (ବଡ ଖବର ବ୍ୟୁରୋ): ଡରାଉଛି କରୋନାର ଦ୍ୱିତୀୟ ଲହର । କରୋନା ଦ୍ରୁତ ଗତିରେ ବଢି ବାଢି ଚାଲିଛି । ସଂକ୍ରମଣରେ ଆମେରିକାକୁ ପଛରେ ପକାଇସାରିଲାଣି ଭାରତ । ସାରା ଦେଶରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି । ଏହାରି ଭିତରେ ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ସୁଣିଲେ ଆଶ୍ଟର୍ଯ୍ୟ ଲାଗିବ ସତ କିନ୍ତୁ ଏହା ସମ୍ପୁର୍ଣ୍ଣ ସତ୍ୟ ।

କରୋନା ଭୂତାଣୁ ଏବେ ପହଞ୍ଚିଛି ବିଶ୍ୱର ସବୁଠାରୁ ଉଚ୍ଚତମ ପର୍ବତର ଶିଖର ଉପରେ । ମାନେ ଏଭେରେଷ୍ଟ ଉପରେ । ଏଭେରେଷ୍ଟ ଅଭଯାନରେ ସାମିଲ ହୋଇଥିବା କେତେଜଣ ପର୍ବ ଆରେହୀ ଓ ସେମାନଙ୍କ ସହଯୋଗୀ କରୋନାରେ ସଂକ୍ରମଣ ହେବାରୁ ଏପରି ଭୟାନକ ତଥ୍ୟ ସମ୍ନାକୁ ଆସିଛି । ନରୱେର ଏଭରେଷ୍ଟ ଆରୋହୀ ଏରେଲେଣ୍ଡ ନେସ୍ ପ୍ରଥମ ବ୍ୟକ୍ତି ଭାବେ ସେଠାରେ ସଂକ୍ରମିତ ହୋଇଛନ୍ତି।

ସେ ଏକ ୧୮ଜଣିଆ ଆରୋହୀ ଦଳର ନେତୃତ୍ୱ ନେଇ ଏଭରେଷ୍ଟ ଚଢ଼ୁଥିଲେ। ଗତ ୧୫ ତାରିଖରେ ଆରୋହଣ ଶିବିରରେ ସେ ସଂକ୍ରମିତ ଚିହ୍ନଟ ହେବା ପରେ ତୁରନ୍ତ ତାଙ୍କୁ ହୋଲିକାପ୍ଟର ଯୋଗେ କାଠମାଣ୍ଡୁସ୍ଥିତ ଶିବିରକୁ ଅଣାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ହେବା ପରେ ସ୍ଥାନୀୟ ଏକ ନେପାଳି ପରିବାର ସହିତ ରହିଛନ୍ତି। ଏରେଲେଣ୍ଡଙ୍କ ସହିତ ଥିବା ସମସ୍ତ ଆରୋହୀଙ୍କର ପରୀକ୍ଷା କରାଯାଇଛି ଏବଂ କେହି ସଂକ୍ରମିତ ହୋଇ ନାହାନ୍ତି। ଏହି ଘଟଣା ପରେ ପର୍ବତାରୋହଣ ସଂସ୍ଥାଗୁଡ଼ିକ ସତର୍କ ହୋଇଯାଇଛନ୍ତି।
କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’