Masthead

ଗୁଳିକରି ଯବାନଙ୍କ ଆତ୍ମହତ୍ୟା

ରାୟଗଡା (ବଡ଼ ଖବର ବ୍ୟୁରୋ): ନିଜକୁ ଗୁଳିକରି ଯବାନଙ୍କ ଆତ୍ମହତ୍ୟା । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁରରେ । ବିଏସଏଫ ୬୮ବାଟାଲିୟନରେ କାର୍ଯ୍ୟରତ ଯବାନ ଦିଲିପ ମାହି ନିଜର କାର୍ଯ୍ୟ ସମୟରେ ନିଜ ବନ୍ଧୁକରୁ ଗୁଳିକରି ନିଜେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ୪ମାସ ପୂର୍ବରୁ ସେ ବିବାହିତ ହୋଇଥିଲେ । ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ବର୍ତମାନ ସୁଧା ବିଭାଗ ପକ୍ଷରୁ କୋଣସି ସୂଚନା ମିଳିନାହିଁ ।

ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ କାଶୀପୁର ପୋଲିସର ତଦନ୍ତ ଆରମ୍ଭ କରିଛି । ମାସ ପୂର୍ବେ ପଡ଼ିଥିଲା ହାତଗଣ୍ଠି । ଆଜି ମଧ୍ୟାହ୍ନ ସମୟରେ ଦିଲ୍ଲୀପ ନିଜ କ୍ୟାମ୍ପରେ ଥିବାବେଳେ ହଠାତ ଗୁଳି ଫୁଟିବା ଶବ୍ଦ ଶୁଣାଯାଇଥିଲା। ସାଥୀ ଯବାନମାନେ ଦୌଡ଼ି ଯାଇ ଘଟଣାସ୍ଥଳରେ ଦିଲ୍ଲୀପଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ନିଜ ରାଇଫଲରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ଅନ୍ୟ ଯବାନମାନଙ୍କ ସୂତ୍ରରୁ ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ