Masthead

କରୋନା ନେଲା ଆଉ ଜଣେ ବଲିଉଡ଼ ଅଭିନେତାଙ୍କ ଜୀବନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): କରୋନାରେ ଆଖିବୁଜିଲେ ଆଉ ଜଣେ ବଲିଉଡ଼ ଅଭିନେତା । ୫୨ବର୍ଷ ବୟସରେ ବିକ୍ରମଜିତ କନୱରପାଲଙ୍କ ଆଜି ମୃତ୍ୟୁ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କ ମୃତ୍ୟୁ ହୋଇଛି । ଏନେଇ ଚଳଚିତ୍ର ନିର୍ମାତା ଅଶୋକ ପଣ୍ଡିତ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ବିକ୍ରମ ଆଗରୁ ସେନାରେ ଥିଲେ । ଅବସର ନେବା ପରେ ୨୦୦୩ ମସିହାରେ କଳା ଜଗତରେ ପାଦ ଦେଇଥିଲେ ।

ବହୁ ଚଳଚ୍ଚିତ୍ର ଓ ଧାରାବାହିକରେ ସେ ନିଜର ଚମକ୍ରାର ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟରେ ନିଜ ପାଇଁ ଯାଗା ତିଆରି କରିପାରିଥିଲେ । ତାଙ୍କ ଅଭିନୀତ ପେଜ ୩, ରକେଟ ସିଂ, ସେଲ୍ସମ୍ୟାନ ଅଫ ଦ ୟିଅର, ଆରକ୍ଷଣ, ମର୍ଡର ୨, ଟୁ ଷ୍ଟେଟସ ଏବଂ ଦିଗାଜି ଆଟାକ ଆଦି ଅନେକ ଚଳଚ୍ଚିତ୍ର ଜରିଆରେ ଲୋକଙ୍କ ମନରେ ସେ ଛାଡ଼ିଯାଇଛନ୍ତି ଏକ ଅଭୁଲା ସ୍ମୃତି । ସେହିପରି କ୍ରାଇମ ପେଟ୍ରୋଲ ଦସ୍ତକ, ସ୍ପେଶାଲ ଆଇପିଏସ, ଅଦାଲତ, ଦିଆ ଅର ବାତି ହମ ଭଳି ଧାରାବାହିକରେ ମଧ୍ୟ କାମ କରିଥିଲେ । ତାଙ୍କ ପରଲୋକରେ ବଲିଉଡ଼ର ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ