Masthead

ପଶ୍ଚିମବଙ୍ଗ ହିଂସାର ସ୍ଥିତି ସମୀକ୍ଷା କରିବ କେନ୍ଦ୍ରୀୟ ଟିମ

କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚମବଙ୍ଗରେ ହୋଇଥିବା ନିର୍ବାଚନ ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିବେ ୪ଜଣିଆ କେନ୍ଦ୍ରୀୟ ଟିମ । ନିର୍ବାଚନ ଫଳାଫଳ ଘୋଷଣା ପରେ ବଙ୍ଗରେ ହୋଇଥିବା ହଂସାରେ ଅନେକ ରାଜନୈତିକ କର୍ମୀମାନେ ଆହତ ହୋଇଥିଲେ । ବିଶେଷ କରି ବିଜେପି କର୍ମୀ ମାନେ ହିଂସାର ଶିକାର ହୋଇଥିଲେ । ଏନେଇ ୫ତାରିଖରେ ବିଜେପି ପକ୍ଷରୁ ଦେଶବ୍ୟାପି ପ୍ରଦର୍ଶନ ମଧ୍ୟ କରାଯାଇଥିଲା । ତେବେ ପଶ୍ଚିମବଙ୍ଗରେ ହୋଇଥିବା ହିଂସାର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ଦୁଇ ଥର ଚିଠି ଲେଖିଥିଲେ କେନ୍ଦ୍ର ଗୃହମନ୍ତ୍ରାଳୟ ।

ରାଜ୍ୟ ସରକାର ତଥ୍ୟ ପ୍ରଦାନ ନ କଲେ ଏହାର ଅନୁଧ୍ୟାନ କେନ୍ଦ୍ରୀୟ ଟିମ କରିବ ବୋଲି ମଧ୍ୟ ସତର୍କ କରାଇଥଲେ କେନ୍ଦ୍ର ସରକାର । ତେବେ ସମୟ ନଷ୍ଟ ନକରି ଏହାର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ ମଧ୍ୟ ଏହି ଚିଠିରେ କୁହାଯାଇଥିଲା । କିନ୍ତୁ ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଆଜି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟର ଜଣେ ଅତିରିକ୍ତ ସଚିବସ୍ତରୀୟ ଅଧିକାରୀଙ୍କ ନେତୃତ୍ୱରେ ଚାରିଜଣିଆ ଟିମ ଏହାର ଯାଞ୍ଚ କରିବାକୁ ପଶ୍ଚିମବଙ୍ଗକୁ ଯାତ୍ରା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ 🔴 ଶ୍ରୀମୟୀଙ୍କ ନିଶାନାରେ ପାଣ୍ଡିଆନ 🔴 ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ 🔴 ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ 🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ 🔴 ଶ୍ରୀମୟୀଙ୍କ ନିଶାନାରେ ପାଣ୍ଡିଆନ 🔴 ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ 🔴 ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ