Masthead

ପଶ୍ଚିମବଙ୍ଗ ହିଂସାର ସ୍ଥିତି ସମୀକ୍ଷା କରିବ କେନ୍ଦ୍ରୀୟ ଟିମ

କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚମବଙ୍ଗରେ ହୋଇଥିବା ନିର୍ବାଚନ ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିବେ ୪ଜଣିଆ କେନ୍ଦ୍ରୀୟ ଟିମ । ନିର୍ବାଚନ ଫଳାଫଳ ଘୋଷଣା ପରେ ବଙ୍ଗରେ ହୋଇଥିବା ହଂସାରେ ଅନେକ ରାଜନୈତିକ କର୍ମୀମାନେ ଆହତ ହୋଇଥିଲେ । ବିଶେଷ କରି ବିଜେପି କର୍ମୀ ମାନେ ହିଂସାର ଶିକାର ହୋଇଥିଲେ । ଏନେଇ ୫ତାରିଖରେ ବିଜେପି ପକ୍ଷରୁ ଦେଶବ୍ୟାପି ପ୍ରଦର୍ଶନ ମଧ୍ୟ କରାଯାଇଥିଲା । ତେବେ ପଶ୍ଚିମବଙ୍ଗରେ ହୋଇଥିବା ହିଂସାର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ଦୁଇ ଥର ଚିଠି ଲେଖିଥିଲେ କେନ୍ଦ୍ର ଗୃହମନ୍ତ୍ରାଳୟ ।

ରାଜ୍ୟ ସରକାର ତଥ୍ୟ ପ୍ରଦାନ ନ କଲେ ଏହାର ଅନୁଧ୍ୟାନ କେନ୍ଦ୍ରୀୟ ଟିମ କରିବ ବୋଲି ମଧ୍ୟ ସତର୍କ କରାଇଥଲେ କେନ୍ଦ୍ର ସରକାର । ତେବେ ସମୟ ନଷ୍ଟ ନକରି ଏହାର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ ମଧ୍ୟ ଏହି ଚିଠିରେ କୁହାଯାଇଥିଲା । କିନ୍ତୁ ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଆଜି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟର ଜଣେ ଅତିରିକ୍ତ ସଚିବସ୍ତରୀୟ ଅଧିକାରୀଙ୍କ ନେତୃତ୍ୱରେ ଚାରିଜଣିଆ ଟିମ ଏହାର ଯାଞ୍ଚ କରିବାକୁ ପଶ୍ଚିମବଙ୍ଗକୁ ଯାତ୍ରା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ