Masthead

ନେଦରଲ୍ୟାଣ୍ଡରୁ ଭାରତ ପହଞ୍ଚିଲା କୋଭିଡ଼ ରିଲିଫ ସାମଗ୍ରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନେଦରଲ୍ୟାଣ୍ଡରୁ ଆସି ଭାରତରେ ପହଞ୍ଚିଲା ପ୍ରଥମ କୋଭିଡ଼ ରିଲିଫ ସାମଗ୍ରୀ । ପ୍ରଥମ ପର୍ଯ୍ୟାୟରେ ହିଁ ୪୪୯ଟି ଭେଣ୍ଟିଲେଟର, ୧୦୦ଟି ଅକ୍ସିଜେନ କନସେଣ୍ଟ୍ରେଟର ଓ କୋଭିଡ଼-୧୯ର ଆଉ କିଛି ରିଲିଫ ସାମଗ୍ରୀ ଆସି ଭାରତରେ ପହଞ୍ଚିଛି । ବିମାନ ଯୋଗେ ଏହି ସବୁ ସାମଗ୍ରୀ ଆସି ଭାରତରେ ପହଞ୍ଚିଛି । ଭାରତରେ ବଢ଼ିଚାଲିଥିବା ସଂକ୍ରମଣ ଓ ଦ୍ୱିତୀୟ ଲହର ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଛି ନେଦରଲ୍ୟାଣ୍ଡ ।

ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ଆମର ବହୁମୁଖୀ ସହଯୋଗ ଆହୁରି ସୁଦୃଢ଼ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪୪୯ଟି ଭେଣ୍ଟିଲେଟର, ୧୦୦ଟି ଅକ୍ସିଜେନ କନସେଣ୍ଟ୍ରେଟର ଏବଂ ଅନ୍ୟାନ୍ୟ ଡାକ୍ତରୀ ଉପକରଣ ନେଦରଲ୍ୟାଣ୍ଡରୁ ଆସି ପହଞ୍ଚିଛି । ଆଗାମୀ ଦିନ ମାନଙ୍କରେ ଆହୁରି ବାକି ଉପକରଣ ମଧ୍ୟ ପହଞ୍ଚିବ । ନେଦରଲ୍ୟାଣ୍ଡର ଏହି ସହଯୋଗ ଆମ ପାଇଁ ଅତ୍ୟନ୍ତ ଗରୁତ୍ୱପୂର୍ଣ୍ଣ । ତେବେ ଇଂଲଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନୀ ଓ ଋଷ ସମତେ ଅନ୍ୟ ରାଷ୍ଟ୍ର ମଧ୍ୟ ଭାରତକୁ ସହଯୋଗର ହାତ ବଢ଼ାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ