Masthead

ନେଦରଲ୍ୟାଣ୍ଡରୁ ଭାରତ ପହଞ୍ଚିଲା କୋଭିଡ଼ ରିଲିଫ ସାମଗ୍ରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନେଦରଲ୍ୟାଣ୍ଡରୁ ଆସି ଭାରତରେ ପହଞ୍ଚିଲା ପ୍ରଥମ କୋଭିଡ଼ ରିଲିଫ ସାମଗ୍ରୀ । ପ୍ରଥମ ପର୍ଯ୍ୟାୟରେ ହିଁ ୪୪୯ଟି ଭେଣ୍ଟିଲେଟର, ୧୦୦ଟି ଅକ୍ସିଜେନ କନସେଣ୍ଟ୍ରେଟର ଓ କୋଭିଡ଼-୧୯ର ଆଉ କିଛି ରିଲିଫ ସାମଗ୍ରୀ ଆସି ଭାରତରେ ପହଞ୍ଚିଛି । ବିମାନ ଯୋଗେ ଏହି ସବୁ ସାମଗ୍ରୀ ଆସି ଭାରତରେ ପହଞ୍ଚିଛି । ଭାରତରେ ବଢ଼ିଚାଲିଥିବା ସଂକ୍ରମଣ ଓ ଦ୍ୱିତୀୟ ଲହର ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଛି ନେଦରଲ୍ୟାଣ୍ଡ ।

ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ଆମର ବହୁମୁଖୀ ସହଯୋଗ ଆହୁରି ସୁଦୃଢ଼ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪୪୯ଟି ଭେଣ୍ଟିଲେଟର, ୧୦୦ଟି ଅକ୍ସିଜେନ କନସେଣ୍ଟ୍ରେଟର ଏବଂ ଅନ୍ୟାନ୍ୟ ଡାକ୍ତରୀ ଉପକରଣ ନେଦରଲ୍ୟାଣ୍ଡରୁ ଆସି ପହଞ୍ଚିଛି । ଆଗାମୀ ଦିନ ମାନଙ୍କରେ ଆହୁରି ବାକି ଉପକରଣ ମଧ୍ୟ ପହଞ୍ଚିବ । ନେଦରଲ୍ୟାଣ୍ଡର ଏହି ସହଯୋଗ ଆମ ପାଇଁ ଅତ୍ୟନ୍ତ ଗରୁତ୍ୱପୂର୍ଣ୍ଣ । ତେବେ ଇଂଲଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନୀ ଓ ଋଷ ସମତେ ଅନ୍ୟ ରାଷ୍ଟ୍ର ମଧ୍ୟ ଭାରତକୁ ସହଯୋଗର ହାତ ବଢ଼ାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ