Masthead

ଭାରତ ପାଇଁ ଇସ୍ରାଇଲ ଆଖିରେ ଲୁହ

ଓଁକାର ଶବ୍ଦରେ ପ୍ରକମ୍ପିତ ହେଲା ଇସ୍ରାଇଲ

ଜେରୁସାଲେମ(ବଡ଼ ଖବର ବ୍ୟୁରୋ): ଭାରତୀୟଙ୍କ ପାଇଁ ଲୁହଝରାଇଲେ ଇସ୍ରାଏଲବାସୀ । କରୋନାରେ ଜର୍ଜରିତ ଭାରତବାସୀଙ୍କ ପାଇଁ ଇସ୍ରାଏଲ ନାଗରିକମାନେ ପ୍ରାର୍ଥନା କରୁଛନ୍ତି । ଶିବମନ୍ଦିରରେ ସେମାନେ ପୂଜାର୍ଚ୍ଚନା କରିବା ସହ ଓମ୍ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଇସ୍ରାଏଲ୍ । ପ୍ରତିଟି ଭାରତୀୟଙ୍କ ପାଇଁ ଇସ୍ରାଏଲବାସୀଙ୍କ ଦରଦ ବାସ୍ତବିକ୍ ହୃଦୟସ୍ପର୍ଶୀ । ଦେଖନ୍ତୁ ଏହି ଚିତ୍ର । କିପରି ଭାରତୀୟଙ୍କ ପାଇଁ ଇସ୍ରାଏଲବାସୀ ଶିବଙ୍କୁ ଆରଧାନା କରୁଛନ୍ତି । ଭାରତର କରୋନା ସ୍ଥିତି ପୂରା ବିଶ୍ୱକୁ ଦୋହଲାଇ ଦେଇଛି । ବିଶ୍ୱବାସୀଙ୍କ ଚିନ୍ତା ବଢାଇଛି ଭାରତର କରୋନା ସ୍ଥିତି । କିଛିଦିନ ହେବ ଭାରତରେ ପ୍ରତିଦିନ ଦୈନିକ ସଂକ୍ରମଣ ୩ରୁ ୪ ଲକ୍ଷ ନୂଆ ମାମଲା ବାହାରୁଛି । ଦେଶର ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟବସ୍ଥା ପାଇଁ କରୋନା ଆକ୍ରାନ୍ତଙ୍କ ସ୍ଥିତି ବିଗଡାଇବାରେ ଲାଗିଛି ।

ତେବେ ଏହାକୁ ସୁଧାରିବାକୁ ସବୁ ସ୍ତରରେ ଯୋରଦାର ପ୍ରୟାସ ଆରମ୍ଭ ହୋଇଛି । ବଲିଉଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ସରକାରଙ୍କୁ ସହଯୋଗର ହାତ ବଢାଇଛନ୍ତି । ତେଣେ ବିଦେଶୀ ରାଷ୍ଟ୍ରମାନେ ମଧ୍ୟ ସହାୟତାର ହାତ ବଢାଇଛନ୍ତି । ବିଭିନ୍ନ ଦେଶ ଟିକା ନିର୍ମାଣ କରିବାକୁ କଞ୍ଚାମାଲ ଓ ସାମଗ୍ରୀ ସବୁ ପଠାଉଛନ୍ତି । ଯେଉଁଥିରେ, ଦେଶର ଶହ ଶହ ଲୋକ ଏକାଠି ହୋଇ ‘ଓମ୍ ନମଃ ଶିବାୟ’ ଜପ କରୁଥିବା ଦେଖିବାକୁ ମିଳିଛି । ଇସ୍ରାଏଲବାସୀ ଏକାଠି ହୋଇ ‘ଓମ୍ ନମଃ ଶିବାୟ’ ଜପ କରୁଥିବା ଏକ ଭିଡିଓକୁ ପୱନ କେ ପାଲ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ସେୟାର କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ