Masthead

ସରିଲା ଶପଥ ଗ୍ରହଣ, ଆରମ୍ଭ ହେଲା ଲକଡାଉନ

ଚେନ୍ନାଇ(ବଡ଼ ଖବର ବ୍ୟୁରୋ): କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ତାମିଲନାଡ଼ୁ ସରକାର ତାମିଲନାଡ଼ୁରେ ଜାରି କରିଛନ୍ତି ସମ୍ପୂର୍ଣ୍ଣ ଲକଡାଉନ । ମେ ୧୦ ତାରିଖରୁ ଦୁଇ ସପ୍ତାହ ପାଇଁ ରାଜ୍ୟରେ ଲାଗି ରହିବ ଏହି ଲକଡାଉନ । ତାମିଲନାଡ଼ୁରେ ଶୁକ୍ରବାର ୨୬ହଜାର ନୂତନ ସଂକ୍ରମଣ ଚିହ୍ନଟ ହେବା ପରେ ସେଠାରେ ସମ୍ପୂର୍ଣ୍ଣ ଲକଡାଉନ ଜାରି କରିଛନ୍ତି ରାଜ୍ୟ ସରକାର । ତେବେ ଲକଡାଉନ ସମୟରେ ଜରୁରୀକାଳୀନ ସାମଗ୍ରୀ ଉପଲବ୍ଧ ରହିବ । ପରିବହନ କାର୍ଯ୍ୟ ମଧ୍ୟ ଜାରି ରହିବ ।

ଏକ ବିବୃତିରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ କହିଛନ୍ତି ଏହି ଲକଡାଉନକୁ ପାଳନ କରିବା ନିହାତି ଆବଶ୍ୟକ । ସଂକ୍ରମଣ ଚେନ ଭାଙ୍ଗିବାକୁ ହେଲେ ଏହି ଲକଡାଉନ ଜାରି କରିବା ଅତ୍ୟନ୍ତ ଜରୁରି । ଏହାଛଡ଼ା ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶୁକ୍ରବାର ଦିନ ଜିଲ୍ଲାପାଳମାନଙ୍କ ସହ ଏକ ସମୀକ୍ଷା ବୈଠକ ହୋଇଥିଲା । ସେଥିରୁ ମିଳିଥିବା ସୂଚନା ଆଧାରରେ ଏହି ଲକଡାଉନ ନିଷ୍ପତ୍ତି ନିଆଯାଇଛି । ବହୁ ଡାକ୍ତର ଓ ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ନିଆଯାଇଛି ।

ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ହେବା ପରେ ଏମ.କେ.ଷ୍ଟାଲିନଙ୍କ ଏହା ହେଉଛି ପ୍ରଥମ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଶୁକ୍ରବାର ରାଜଭବନରେ ଶପଥ ଗ୍ରହଣ କରିଥିଲେ ଷ୍ଟାଲିନ । ଆଉ ଆଗରୁ କୋଭିଡ଼ କଟକଣା ନମାନି ରାଜ୍ୟର ସମସ୍ତ ପ୍ରମୁଖ ରାଜନୈତିକ ଦଳ ନିର୍ବାଚନ ପ୍ରଚାର ପାଇଁ ରାଲି କରାଇଥିଲେ । ଯେଉଁ କାରଣରୁ ରାଜ୍ୟରେ ସଂକ୍ରମଣ ମାମଲା ବୃଦ୍ଧି ପାଇଥିଲା । ଏଥିପାଇଁ ନିର୍ବାଚନ କମିଶନଙ୍କୁ ମଧ୍ୟ ସମାଲୋଚନା କରିଥିଲେ ମାଡ୍ରାସ ହାଇକୋର୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ