Masthead

ଧାନ କୁ ଅଜଣା ରୋଗ : ଚିନ୍ତାରେ ଚାଷୀ !

ଦୈବୀ ଦୁର୍ବିପାକ ତ କେବେ ରୋଗ ପୋକ ବରଗଡ଼ ଜିଲ୍ଲା ର ଚାଷୀ ଙ୍କ ଆର୍ଥିକ ମେରୁଦଣ୍ଡ କୁ ଦୋହଲାଇ ଦେଇଛି ।ଗତ କିଛି ଦିନ ପୂର୍ବରୁ ବରଗଡ଼ ଜିଲ୍ଲା ରେ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇପଡିଥିବା ବେଳେ ଏବେ ଏକ ଅଜଣା ରୋଗରେ ଧାନ ଗଛ ର ପତ୍ର ମୂଳ ରୁ ସୁଖୀ ଯାଉଛି ତେବେ ଏହି ଅଜଣା ରୋଗର ପ୍ରତିକାର କେମିତି କରିବେ ସେଥିପାଇଁ ଚିନ୍ତା ରେ ଅଛନ୍ତି ବରଗଡ଼ ଜିଲ୍ଲାର ଚାଷୀ ।

ବରଗଡ଼ ଜିଲ୍ଲାର ଅଧିକାଂଶ ଲୋକ ଧାନଚାଷ ଉପରେ ନିର୍ଭର କରୁଥିବା ବେଳେ ରୋଗ ପୋକ ଦ୍ୱାରା ଫସଲ ନଷ୍ଟ ସେମାନଙ୍କୁ ଏବେ ଚିନ୍ତାରେ ପକେଇ ଦେଇଛି ।ଏପରି ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ଏବେ ବରଗଡ଼ ବ୍ଲକ ଅନ୍ତର୍ଗତ କଳାପାଣି ଓ ବୁଦେଲପାଲି ଗ୍ରାମ ର ଚାଷୀ ।ସମ୍ପ୍ରତି ବିଲରେ ଧାନ ଗଛ ଗୁଡିକ ୨ ଫୁଟ ରୁ ୩ ଫୁଟ ଉଚ୍ଚତା ମଧ୍ୟରେ ହୋଇଥିବା ବେଳେ ସେଗୁଡିକର କାଣ୍ଡ ମୂଳରୁ ଶୁଖି କି ପତ୍ର ହେଇଯାଉଛି ।ଏଥିପାଇଁ ଯେତେ ପ୍ରକାର ଔଷଧ ବିଲରେ ସିଞ୍ଚନ କଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳୁନାହିଁ ।ଫଳ ଧରିବା ପୂର୍ବ ରୁ ହିଁ ଗଛ ଗୁଡିକ ସୁଖୀ ଯାଉଛି ।

ପୂର୍ବରୁ କାଣ୍ଡ ବିନ୍ଧା ପୋକ ଓ ଚକଡା ପୋକ ଧାନ ଚାଷୀ ଙ୍କ ନିଦ ହାଯାଇଥିବା ବେଳେ ଏବେ ଏହି ଅଜଣା ରୋଗ ଯୋଗୁଁ ଫସଲ ନଷ୍ଟ ହେବା ନେଇ ଆଶା ଆଶଙ୍କା ରେ ରହିଥିବା ଚାଷୀ ମାନେ ଜିଲ୍ଲା କୃଷି ବିଭାଗ ଓ ରାଜସ୍ୱ ଅଧିକାରୀ ଙ୍କୁ ଜଣେଇ ଥିବା କହିଛନ୍ତି ।ଏହି ସମସ୍ୟା ର ସମାଧାନ କରା ନ ଗଲେ ଆଗାମୀ ଦିନରେ ଚାଷୀ ମାନେ ବିପୁଳ ଆର୍ଥିକ କ୍ଷତି ର ସମ୍ମୁଖୀନ ହେବେ ବୋଲି କହିଛନ୍ତି ।

ଚାଷୀ ମାନେ ଯାହା ଅଭିଯୋଗ କରିଛନ୍ତି ଏହା କୌଣସି ଅଜଣା ରୋଗ ନୁହେଁ ବରଂ ଧାନ କ୍ଷେତରେ ସାର ପ୍ରୟୋଗ କଲା ବେଳେ ପଟାସ ର ପରିମାଣ କମ ଥିବାରୁ ପତ୍ର ଗୁଡ଼ିକ ପୋଡି ଯାଇଛି ,ବିଲରେ ପଟାସ୍ ପ୍ରୟୋଗ କଲେ ଏହି ପତ୍ର ପୋଡ଼ା ରୋଗ ର ସମାଧାନ ହୋଇପାରିବ ବୋଲି କହିଛନ୍ତି ବରଗଡ଼ ଜିଲ୍ଲା କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀ ।

ତେବେ ସରକାର ତଥା କୃଷି ବିଭାଗ କେବେ ଏହି ସମସ୍ୟା ର ସମାଧାନ ଦିଗରେ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି