କରୋନା ମୁକ୍ତ ପରେ ରାସ୍ତାରେ ନାଚିଲେ ସ୍ପେନବାସୀ

ମାଦ୍ରିଦ(ବଡ଼ ଖବର ବ୍ୟୁରୋ): କରୋନା କବଳରେ ସାରା ବିଶ୍ୱ । ଆମେରିକା ପରେ ଭାରତର ସ୍ଥିତି ଗମ୍ଭୀର । ଏହା ସତ୍ତ୍ୱେ ବିଶ୍ୱରେ ବଡ଼ ବଡ଼ ରାଷ୍ଟ୍ର କରୋନା ଯୁଦ୍ଧରେ ଧୀରେ ଧୀରେ ବିଜୟ ହାସଲ କରୁଛନ୍ତି । ଇସ୍ରାଏଲ ପରେ ଏବେ ସ୍ପେନରେ ହଟିଛି କୋଭିଡ କଟକଣା । ଏହାସହ ରାତ୍ରକାଳୀନ କର୍ଫ୍ୟୁ ବି ପ୍ରତ୍ୟାହାର କରାଯାଇଛି । ଫଳରେ ଲୋକେ ରାତିରେ ନାଚଗୀତ ସହ ରାସ୍ତାରେ ସେଲିବ୍ରେସନ କରିଛନ୍ତି ଯାହା ଏ ଦୃଶ୍ୟ ବୟାନ କରୁଛି ।

ହଜାର ହଜାର ଲୋକ ଏକତ୍ରିତ ହୋଇ କିପରି ନାଚଗୀତରେ ମସଗୁଲ୍ ଅଛନ୍ତି । ସେ ପୁଣି ରାଜରାସ୍ତାରେ । ତେବେ ଆଶ୍ଚର୍ୟ୍ୟର କଥା ମାଦ୍ରିଦ ପୋଲିସ ପୁଏର୍ଟା ଡେଲ ସୋଲ ଛକ ବାହାରେ ଥିବା ଲୋକଙ୍କୁ ମାସ୍କ ନ ପିନ୍ଧି ନାଚିବାକୁ କହିଥିଲା । ଏହି ଦୃଶ୍ୟ ବୟାନ କରୁଥିଲା କୋଭିଡ ପୂର୍ବର ସ୍ଥିତି । ମହାମାରୀ ପୂର୍ବର ସମୟକୁ ମନେପକାଇଥିଲେ ସଭିଏଁ । ପ୍ରତିବନ୍ଧକ ହଟାଯିବା ପରେ ପ୍ରେମୀଯୁଗଳ ସବୁ ବାର୍ସିଲୋନାର ମୁଖ୍ୟ ବର୍ଗ ଏବଂ ସମୁଦ୍ରକୂଳରେ ଏକାଠି ହୋଇଥିଲେ ।

ସ୍ଥାନୀୟ ରେଷ୍ଟୁରାଣ୍ଟଗୁଡିକରେ ରବିବାରଠାରୁ ପୁନର୍ବାର ରାତ୍ରୀ ଭୋଜନ କରିବାକୁ ସକ୍ଷମ । ଦୋକାନ ବଜାର ରାତି ୧୧ଟା ପର୍ୟ୍ୟନ୍ତ ଖୋଲାଯିବାକୁ ବି ନିଷ୍ପତ୍ତି ହୋଇଛି । ତଥାପି ଗୋଟିଏ ଟେବୁଲରେ ଚାରିଜଣ ବସିଖାଇବାର କଟକଣା ଅଛି । ହୋଟେଲ ଓ ରେଷ୍ଟୁରାଣ୍ଟଗୁଡିକରେ ୩୦ ପ୍ରତିଶତ ଲୋକଙ୍କୁ ଖାଇବାର ଅନୁମତି ଦିଆଯାଇଛି । ମାଦ୍ରିଦ ପୋଲିସ କହିଛି କର୍ଫ୍ୟୁ ଶେଷ ହୋଇଛି, ମାତ୍ର ମହାମାରୀ ହଟିନି । ଜଗିରଖି ଚଳିବାକୁ ପଡିବ । ଅଯଥା ଏଣେତେଣେ ନ ବୁଲି ଗାଇଡ ଲାଇନ ମାନି ଚାଲିବାକୁ ହେବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ