Masthead

ଟିକା ଟକ୍କର: କେଉଁ ରାଜ୍ୟ ଲଢ଼ୁଛି କାହା ସହ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ କରୋନାର ଦ୍ୱିତୀୟ ଲହର ଆତଙ୍କ ଖେଳାଇ ଦେଇଥିବା ବେଳେ ଟିକାର ଘୋର ଅଭାବ ଲାଗିଲାଗିଛି । ଏକଥାକୁ ସ୍ୱୀକାର କରିଛନ୍ତି ଟିକା ଉତ୍ପାଦନକାରୀ କମ୍ପାନି । କମ୍ପାନିଗୁଡ଼ିକ କହିସାରିଛନ୍ତି ଜୁଲାଇ ପର୍ଯ୍ୟନ୍ତ ଟିକାର ଅଭାବ ଲାଗିରହିବ । ସେପଟେ ଦେଶର ୯ଟି ରାଜ୍ୟ ଟିକା ଆଣିବା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଛନ୍ତି । ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାଲିମନାଡୁ, ମହାରାଷ୍ଟ୍ର, କର୍ଣ୍ଣାଟକ ଉତ୍ତରପ୍ରଦେଶ, ଦିଲ୍ଲୀ ଓ ହରିୟାନାରେ କରୋନା ସ୍ଥିତି ସଙ୍ଗୀନ । ଏହି ରାଜ୍ୟଗୁଡିକର ସରକାରମାନେ ଟିକା ଆଣିବା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଟ୍ୱିଟ ଦେଶର ସ୍ୱାସ୍ଥ୍ୟାବସ୍ଥାର ନଗ୍ନ ଚିତ୍ରକୁ ପଦାରେ ପକାଇଦେଇଛି ।

 

କେଜ୍ରିୱାଲ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଦେଶର ରାଜ୍ୟଗୁଡିକ ଅନ୍ତର୍ଜାତୀୟ ମାର୍କେଟରେ ପରସ୍ପର ସହ ଲଡେଇ କରୁଛନ୍ତି । ୟୁପି ମହାରାଷ୍ଟ୍ର ସହ ଲଢେଇ କରୁଛି । ମହାରାଷ୍ଟ୍ର ଓଡ଼ିଶା ସହ ଲଢେଇ କରୁଛି । ଓଡ଼ିଶା ଦିଲ୍ଲୀ ସହ ଲଢେଇ କରୁଛି । ତେବେ ଇଣ୍ଡିଆ କେଉଁଠି ଅଛି? ଆମ ଦେଶ କେଉଁଠି ଅଛି? ଏହା ଭାରତର ଏକ ଖରାପ ଚିତ୍ର ବିଶ୍ୱ ଆଗରେ ରଖୁଛି । ସେ ଆହୁରି ମଧ୍ୟ ଲେଖିଛନ୍ତି, ବର୍ତ୍ତମାନ ଗୋଟିଏ ଦେଶଭାବେ ଭ୍ୟାକସିନ୍ କିଣିବାର ଆବଶ୍ୟକତା ରହିଛି । ଆମେ ଯେତେବେଳେ ଭ୍ୟାକସିନ୍ ଉତ୍ପାଦନକାରୀଙ୍କ ସହିତ ଦେଶଭାବେ କଥା ହେବା, ରାଜ୍ୟ ଭାବେ ନୁହେଁ, ସେତେବେଳେ ଆମର ମୂଲଚାଲ ଠିକ୍ ରହିବ । ଭାରତ ହେଉଛି ସେହି ଦେଶ ଯାହାର କୁଟନୈତିକ ସମ୍ପର୍କ ଉତ୍ତମ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !