Masthead

ଟିମ୍ ଇଣ୍ଡିଆ ବିରୋଧରେ ଖେଳିବା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହେବ: ୱିଲିୟମସନ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଜୁନ ୧୮ରୁ ସାଉଥମ୍ପଟନର ଏଜେସ ବାୱେଲଠାରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ । ଯେଉଁଥିରେ ଭାରତ ବିପକ୍ଷରେ ନ୍ୟୁଜଲ୍ୟଣ୍ଡର ମ୍ୟାଚ ରହିଛି । ତେବେ ଏହାକୁ ନେଇ ଏବେଠାରୁ ବେଶ ଉତ୍ସାହିତ ଅଛନ୍ତି ନ୍ୟୁଜଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ୍ । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ ବିପକ୍ଷ ମ୍ୟାଚ ଖେଳିବା ଅତ୍ୟନ୍ତ ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ରହିବ ବୋଲି କହିଛନ୍ତି କେନ ।

ଏହାଛଡ଼ା ଭାରତ ବିପକ୍ଷର ପ୍ରତ୍ୟେକ ମ୍ୟାଚ ଏକ ନୂଆ ଆହ୍ୱାନ ନେଇ ଆସିଥିବା ମଧ୍ୟ ସେ କହିଛନ୍ତି । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥିରେ ବିଜେତା ହେବାକୁ ଆମେ ପ୍ରାଣପଣେ ଚେଷ୍ଟା କରିବୁ । ଭାରତ ପାଖରେ ଏକ ଭଲ ବୋଲିଂ ବାହିନୀ ରହିଛି । ସେମାନେ ଇଂଲଣ୍ଡ ପରିବେଶରୁ ମଧ୍ୟ ଫାଇଦା ଉଠାଇପାରିବେ ।କାରଣ ଆଗରୁ ମଧ୍ୟ ଭାରତୀୟ ବୋଲରମାନେ ଇଂଲଣ୍ଡରେ ଭଲ ପ୍ରଦର୍ଶନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ