Masthead

ଭୁଲ ଇଞ୍ଜେକ୍ସନ ଦେଇ ନର୍ସ ନିଲମ୍ବିତ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ବୁର୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ଅଭିଯୋଗ ଘଟଣା । ନିଲମ୍ବିତ ହେଲେ ନର୍ସ । ବୁଧବାର ବୁର୍ଲା ଭିମସାର ହୃଦୟରୋଗ ବିବାଗର କ୍ୟାଥଲାବର ବରିଷ୍ଠ ସେବିକା ପୁର୍ଣ୍ଣୀମା କୁମ୍ଭାର କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସୀତ ହେଉଥବା ବେଳେ ହସ୍ପିଟାଲର ଜଣେ ନର୍ସଙ୍କ ନାମରେ ଅଭିଯୋଗ ଆଣିଥିଲେ । କରୋନା ରୋଗୀଙ୍କୁ ଦିଆଯାଉଥିବା ରେମଡେସିଭିର ଇଞ୍ଜେକ୍ସନ ଦିନକରେ ଥରେ ଦିଆଯାଉଥିବା ବେଳେ ସେବିକା ପୁର୍ଣ୍ଣୀମାଙ୍କୁ ଦିନକରେ ଦୁଇ ଥର ଦିଆଯାଇଥିଲା ।

ସେ ଏହାକୁ ପ୍ରତିବାଦ କରିଥିଲେ ମଧ୍ୟ ନର୍ସ ତାଙ୍କ କଥା ନମାନି ରେମଡେସିଭିର ଇଞ୍ଜେକ୍ସନ ତାଙ୍କୁ ଦେଇଥିଲେ । ଏହାକୁ ନେଇ ଭିମସାର କୋଭିଡ ହସ୍ପିଟାଲରେ ସଠିକ ଭାବେ ପ୍ରଶିକ୍ଷଣ ପାଇନଥିବା ସେବିକାଙ୍କୁ ନିୟୋଜିତ କରାଯାଉଥିବା ନେଇ ପ୍ରଶ୍ନ ଉଠୁଛି । ତେବେ ଏହି ଘଟଣାକୁ ନେଇ ଇଞ୍ଜେକ୍ସନ ଦେଇଥିବା ସେବିକା ଡେଲି ୱେଜେସ ଉର୍ବସୀ ନାଏକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼