Masthead

ଦେଶରେ ବଢ଼ୁଛି ବେକାରୀ, ରୋଜଗାର ପାଇଁ ଚିନ୍ତାରେ ଗରିବ ଓ ମଧ୍ୟବିତ୍ତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):କରୋନା ମହାମାରୀର ଦ୍ୱିତୀୟ ଲହରରେ ଅନେକ ଲୋକଙ୍କ ଜୀବନ ଯାଉଛି । କେବଳ ଜୀବନ ନୁହେଁ, ଜୀବିକା ମଧ୍ୟ ଛଡ଼ାଇ ନେଉଛି ମହାମାରୀ । କରୋନା ଯୋଗୁଁ ଦେଶର ଦାରିଦ୍ର୍ୟ ବୃଦ୍ଧି ପାଇଛି । ମଧ୍ୟବିତ୍ତ ଗରିବ ଲୋକମାନଙ୍କ ଅବସ୍ଥା ଅଧିକ ଶୋଚନୀୟ ହୋଇ ପଡ଼ିଛି । ସେହିପରି ଦେଶରେ ବେକାରୀ ସମସ୍ୟା ବି ସଙ୍ଗୀନ ରୁପ ଧାରଣ କରିଛି । ଚଳିତବର୍ଷ ଏପ୍ରିଲ ମାସରୁ ଦେଶରେ ଦ୍ୱିତୀୟ ଲହର ଜାରି ରହିଛି । ଆଉ ଏହା ପରଠାରୁ କ୍ରମାଗତ ଭାବେ ବେକାରୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମଆଇଇ )ଏକ ରିପୋର୍ଟ ଜାରି କରିଛି । ଯେଉଁଥିରେ କୁହାଯାଇଛି ଚଳିତ ମାସରେ ଦେଶର ବେକାରୀ ହାର ୧୪.୫%ରେ ପହଞ୍ଚିଛି । ୨୦୨୦ରେ ମଧ୍ୟ ଏପ୍ରିଲ ଓ ମେ’ ମାସରେ ବେକାରୀ ସମସ୍ୟା ୨୩%ରେ ପହଞ୍ଚିଥିଲା । କିନ୍ତୁ ଏହାପରେ ଏଥିରେ ସୁଧାର ଆସିଥିଲା ।

ଚଳିତବର୍ଷ ମହାମାରୀ ପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ, ସଟଡାଉନ କାରଣରୁ ଏପ୍ରିଲ ମାସରେ ବେକାରୀ ହାର ୮%ରେ ପହଞ୍ଚିଥିଲା । ଆଉ ମେ’ ମାସରେ ଏହାର ସ୍ଥିତି ଆହୁରି ବିଗିଡ଼ି ଯାଇଛି । ତେବେ ଦେଶରେ ଏତେ ସଂଖ୍ୟକ ବେକାରୀ ସମସ୍ୟା ଅର୍ଥନୀତି ପାଇଁ ସଙ୍କଟ ଆଣିବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି । ସେପଟେ ଲୋକଙ୍କ ପରିବାରର ଆୟ ବି ଗୁରୁତର ପ୍ରଭାବିତ ହୋଇଛି । ଗୋଟିଏ ବର୍ଷ ମଧ୍ୟରେ ଦେଶର ୫୫.୫ ପ୍ରତିଶତ ପରିବାରର ଆୟ କମିଛି । ସେହିପରି ୪୧.୫ ପ୍ରତିଶତ ପରିବାରର ଆୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦେଶର ମାତ୍ର ୩.୧ ପ୍ରତିଶତ ପରିବାରର ଆୟ ଆଗ ଅପେକ୍ଷା ଅଧିକ ରହିଛି । ତେବେ ସର୍ବମୋଟ ଦେଶରେ ୯୭ ପ୍ରତିଶତ ପରିବାରର ଆୟ ପ୍ରଭାବିତ ହୋଇଥିବା ସିଏମଆଇଇ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ