Masthead

ଦେଶରେ ବଢ଼ୁଛି ବେକାରୀ, ରୋଜଗାର ପାଇଁ ଚିନ୍ତାରେ ଗରିବ ଓ ମଧ୍ୟବିତ୍ତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):କରୋନା ମହାମାରୀର ଦ୍ୱିତୀୟ ଲହରରେ ଅନେକ ଲୋକଙ୍କ ଜୀବନ ଯାଉଛି । କେବଳ ଜୀବନ ନୁହେଁ, ଜୀବିକା ମଧ୍ୟ ଛଡ଼ାଇ ନେଉଛି ମହାମାରୀ । କରୋନା ଯୋଗୁଁ ଦେଶର ଦାରିଦ୍ର୍ୟ ବୃଦ୍ଧି ପାଇଛି । ମଧ୍ୟବିତ୍ତ ଗରିବ ଲୋକମାନଙ୍କ ଅବସ୍ଥା ଅଧିକ ଶୋଚନୀୟ ହୋଇ ପଡ଼ିଛି । ସେହିପରି ଦେଶରେ ବେକାରୀ ସମସ୍ୟା ବି ସଙ୍ଗୀନ ରୁପ ଧାରଣ କରିଛି । ଚଳିତବର୍ଷ ଏପ୍ରିଲ ମାସରୁ ଦେଶରେ ଦ୍ୱିତୀୟ ଲହର ଜାରି ରହିଛି । ଆଉ ଏହା ପରଠାରୁ କ୍ରମାଗତ ଭାବେ ବେକାରୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମଆଇଇ )ଏକ ରିପୋର୍ଟ ଜାରି କରିଛି । ଯେଉଁଥିରେ କୁହାଯାଇଛି ଚଳିତ ମାସରେ ଦେଶର ବେକାରୀ ହାର ୧୪.୫%ରେ ପହଞ୍ଚିଛି । ୨୦୨୦ରେ ମଧ୍ୟ ଏପ୍ରିଲ ଓ ମେ’ ମାସରେ ବେକାରୀ ସମସ୍ୟା ୨୩%ରେ ପହଞ୍ଚିଥିଲା । କିନ୍ତୁ ଏହାପରେ ଏଥିରେ ସୁଧାର ଆସିଥିଲା ।

ଚଳିତବର୍ଷ ମହାମାରୀ ପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ, ସଟଡାଉନ କାରଣରୁ ଏପ୍ରିଲ ମାସରେ ବେକାରୀ ହାର ୮%ରେ ପହଞ୍ଚିଥିଲା । ଆଉ ମେ’ ମାସରେ ଏହାର ସ୍ଥିତି ଆହୁରି ବିଗିଡ଼ି ଯାଇଛି । ତେବେ ଦେଶରେ ଏତେ ସଂଖ୍ୟକ ବେକାରୀ ସମସ୍ୟା ଅର୍ଥନୀତି ପାଇଁ ସଙ୍କଟ ଆଣିବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି । ସେପଟେ ଲୋକଙ୍କ ପରିବାରର ଆୟ ବି ଗୁରୁତର ପ୍ରଭାବିତ ହୋଇଛି । ଗୋଟିଏ ବର୍ଷ ମଧ୍ୟରେ ଦେଶର ୫୫.୫ ପ୍ରତିଶତ ପରିବାରର ଆୟ କମିଛି । ସେହିପରି ୪୧.୫ ପ୍ରତିଶତ ପରିବାରର ଆୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦେଶର ମାତ୍ର ୩.୧ ପ୍ରତିଶତ ପରିବାରର ଆୟ ଆଗ ଅପେକ୍ଷା ଅଧିକ ରହିଛି । ତେବେ ସର୍ବମୋଟ ଦେଶରେ ୯୭ ପ୍ରତିଶତ ପରିବାରର ଆୟ ପ୍ରଭାବିତ ହୋଇଥିବା ସିଏମଆଇଇ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା