Masthead

ବ୍ଲାକ୍ ଓ ହ୍ୱାଇଟ୍ ଠାରୁ ଅଧିକ ବିପଜ୍ଜନକ ୟୋଲୋ ଫଙ୍ଗସ୍‌

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ବ୍ଲାକ୍‌ ଫଙ୍ଗସ୍ ଏବଂ ହ୍ୱାଇଟ୍ ଫଙ୍ଗସର ସଂକ୍ରମଣର ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ଉତ୍ତରପ୍ରଦେଶର ଗାଜିଆବାଦରୁ ୟୋଲୋ ଫଙ୍ଗସ୍ ସଂକ୍ରମିତ ହୋଇଥିବା ପ୍ରଥମ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ବ୍ଲାକ୍‌ ଏବଂ ହ୍ବାଇଟ୍‌ ଫଙ୍ଗସ୍ ଅପେକ୍ଷା ୟୋଲୋ ଫଙ୍ଗସ୍ ଅଧିକ ବିପଜ୍ଜନକ ବୋଲି ଜଣାପଡ଼ିଛି । ୟୋଲୋ ଫଙ୍ଗସରେ ସଂକ୍ରମିତ ରୋଗୀ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ୟେଲୋ ଫଙ୍ଗସର ଲକ୍ଷଣ ହେଉଛି ଆଳସ୍ୟ, ଭୋକ ନହେବା ଏବଂ ଓଜନ ହ୍ରାସ ହେବା । ଏହାର କୌଣସି ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ଚିକିତ୍ସା କରାଯିବା ଉଚିତ। ଅତି ଗମ୍ଭୀର ପରିସ୍ଥିତିରେ ଏହା ପୁଷ୍ଟିହୀନତା, କୌଣସି ଅଙ୍ଗ ନଷ୍ଟ କିମ୍ବା ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚାଇବା ଭଳି ସମସ୍ୟା ସୃଷ୍ଟି କରିପାରେ। ୟୋଲୋ ଫଙ୍ଗସ୍ ସଂକ୍ରମଣ ମୁଖ୍ୟତଃ ଖରାପ ସ୍ୱଚ୍ଛତା ଦ୍ୱାରା ହୋଇଥାଏ। ଆପଣଙ୍କ ଘରର ଚାରିପାଖକୁ ଯଥାସମ୍ଭବ ପରିଷ୍କାର ପରିଚ୍ଛନ ରଖନ୍ତୁ । ବ୍ୟାକ୍ଟେରିଆ ଏବଂ ପଙ୍ଗସ୍‌ ବୃଦ୍ଧିକୁ ରୋକିବା ପାଇଁ ହେଲେ ବାସୀ ଖାଦ୍ୟପଦାର୍ଥକୁ ଯଥାଶୀଘ୍ର ବାହାର କରିଦିଅନ୍ତୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ