Masthead

କେଉଁ କୂଳର ହେବେ ସୁର!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ରାଜନୀତିର ଚର୍ଚ୍ଚିତ ଚେହେରା ହେଉଛନ୍ତି ବିଧାୟକ ସୁରେଶ ରାଉତରାୟ । ନିର୍ବାଚନ ମଇଦାନରୁ ପଛଘୁଞ୍ଚା ନେଲେ ସୁର । ୧୯ରେ ଲଢି ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ । ୨୪ରେ ନେଲେ ବିଦାୟ । ବର୍ଷୀୟାନ ରାଜନେତାରେ ନିଜ ନାମକୁ କରିଥିଲେ ସାମିଲ । ହେଲେ ଏବେ ହେଲେନି କେଉଁ କୂଳର । କଂଗ୍ରେସରୁ ନେତା, ବିଧାୟକ ଓ ବନିଥିଲେ ମନ୍ତ୍ରୀ । ଠିକ ଭୋଟ ପୂର୍ବରୁ ହାତ ଦଳକୁ ଦେଇଦେଲେ କି ଧୋକା ? ଚର୍ଚ୍ଚା ହେଉଛି ସାନ ପୁଅ ମନ୍ମଥ ରାଉତରାୟକୁ ବିଜେଡିକୁ ପଠାଇ କରିଦେଲେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ । ଖାଲି ସେତିକି ନୁହେଁ ପ୍ରଚାର ବି କଲେ ।

ଲୋକଙ୍କ ସମାଲୋଚନାକୁ ନଜରରେ ରଖି କଂଗ୍ରେସରେ ନିଜର ସ୍ଥାୟିତ୍ୱ ସହ ନିଜ ଆସନ ଜଟଣୀକୁ କବଜାରେ ରଖିବା ପାଇଁ ନା ନା କଥା କହିବା ସହ ବାରମ୍ବାର ମତ ପରିବର୍ତ୍ତନ କରିଚାଲିଲେ । ବଡ ପୁଅ ସିଦ୍ଧାର୍ଥ ରାଉତରାୟ ପାଇଁ ଟିକେଟ କରାଇବା ପାଇଁ ଚଳାଇଲେ ଗୋଟିଚାଳନା । ହେଲେ ହେଲାନି ସଫଳ । ସମସ୍ତଙ୍କ ଆଖିରେ ଆଗରେ ଜଟଣୀ ଟିକେଟ ନେଇ ଚାଲିଗଲେ ସନ୍ତୋଷ ଜେନା । ତାଙ୍କୁ ନେଇ ଅନେକ ବାଦ ବିବାଦ ପରେ କେବେ ଆସିଲେ କେବେ ମିଶିଲେ କେହି ବୁଝିବା ଆଗରୁ ଦଳ ନାମକୁ କଲା ଘୋଷଣା । ସେ ଚିନ୍ତାରୁ ସୁରେଶ ବାହାରି ନଥିବା ବେଳେ ଏଆଇସିସି ନେଇଗଲା କାର୍ଯ୍ୟାନୁଷ୍ଠାନ । ୬ବର୍ଷ ପାଇଁ ଦଳ ଦେଖାଇଦେଲା ବାହାର ରାସ୍ତା । ଦଳ ବିରୋଧି ଓ ବିଶୃଙ୍ଖଳା କାର୍ଯ୍ୟ ପାଇଁ ହାତ ଦଳ କଲା ବହିସ୍କାର । ଏବେ ହୁଏତ ଆଉ ରାସ୍ତାରେ ନାହିଁ କଣ୍ଟା ପୁଅ ପାଇଁ ଧରି ପାରନ୍ତି ପ୍ରଚାରର ମଙ୍ଗ ।

ମଇଦାନକୁ ଓହ୍ଲାଇ କରି ପାରନ୍ତି ଭୋଟ ଭିକ୍ଷା । ଏତେ ପରେ ବି ଯଦି ପୁଅ ମନ୍ମଥ ପରାଜୟ ବରଣ କରନ୍ତି ତେବେ ହୋଇପାରେ ରାଉତରାୟ ପରିବାରର ରାଜନୀତିକ ଦି ଏଣ୍ଡ ! ଆଗକୁ ସମୟ ଓ ଭୋଟ ଫଳାଫଳ ହିଁ କହିବ ସୁରଙ୍କ ଭାଗ୍ୟ ଭବିଷ୍ୟତ କ’ଣ ହେବ । ନା ଭୂପିନ୍ଦର ସିଂଙ୍କ ଦଶା ଭୋଗିବେ ସୁରେଶ ରାଉତରାୟ । ଦିନେ ବିରୋଧି ଦଳ ନେତା ଓ କଂଗ୍ରେସକୁ ବାଏ ବାଏ କରି ବିଜେଡିକୁ ଚାଲି ଯାଇଥିଲେ ଭୂପିନ୍ଦର । ସବୁ ଠିକ ଠାକ ଚାଲୁଥିଲା ଟିକେଟ ବି ପାଇ ଆସୁଥିଲେ ଦଳକୁ ବିଜେତା ବି କରୁଥିଲେ କିନ୍ତୁ ହଟାତ ପକ୍ଷ ଛେଦନ କରିଦେଲେ ନବୀନ । ୨୪ ନିର୍ବାଚନରୁ ଦେଲେ ଦୁରେଇ । ଏବେ ଆଉ କେଉଁ କୂଳର ହେବେ ଜାଣି ପାରୁନାହାନ୍ତି ଭୂପିନ୍ଦର । ସମାନ ରାସ୍ତାରେ କି ଏବେ ସୁରେଶଙ୍କ ଭାଗ୍ୟ !

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ