Masthead

ଆଜିଠୁ ଲକଡାଉନ ୩.୦

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିଠୁ ଲାଗୁ ହେଲା ଲକଡାଉନ ୩.୦ । ସଂକ୍ରମଣ ଚେନକୁ ଭାଙ୍ଗିବାକୁ ରାଜ୍ୟ ସରକାର ଆସନ୍ତା ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ପୂର୍ବ ଭଳି ସପ୍ତାହନ୍ତ ସଟଡାଉନ ଜାରି ରହିବ । ପୂର୍ବରୁ ଲାଗିଥିବା ସଟଡାଉନର ସମସ୍ତ କଟକଣା ବି ବଳବତ୍ତର ରହିବ । ସୋମବାରରୁ ଶୁକ୍ରବାର ପର୍ୟ୍ୟନ୍ତ ପୂର୍ବଭଳି ସକାଳ ୭ଟାରୁ ଦିନ ୧୧ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ତେବେ ୩ଟି ଜିଲ୍ଲାରେ ସଂକ୍ରମଣ ୧୦% ତଳକୁ ରହୁଥିବା କାରଣରୁ ଏଠାରେ ଲକଡାଉନକୁ କୋହଳ କରାଯାଇଛି । ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତି ଜିଲ୍ଲାରେ ଲକଡାଉନ କଟକଣାକୁ କୋହଳ କରାଯାଇଛି । ଏଠାରେ ମଲ୍, ମାର୍କେଟ କମ୍ପେ୍ଲକ୍ସ, ସାପ୍ତାହିକ ହାଟ, ସେଲୁନ୍ ଓ ସ୍ପା ବାଦ୍ ଅନ୍ୟ ସମସ୍ତ ଦୋକାନ ସକାଳ ୭ରୁ ଦିନ ୧ଟା ପର୍ୟ୍ୟନ୍ତ ସବୁ ଦୋକାନ ଖୋଲା ରହିବ । ରବିବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟରେ ତାଲାବନ୍ଦ ଅବଧିକୁ ବୃଦ୍ଧି କରିଥିଲେ।

ତେବେ ପୂର୍ବରୁ ଲକଡାଉନକୁ ୨୫ ଦିନ ବିତିଲାଣି, ଏହାର ମଧ୍ୟ ସୁଫଳ ଦେଖିବାକୁ ମିଳୁଛି । ୨୫ ଦିନ ତଳେ ରାଜ୍ୟରେ କରୋନା ସଂକ୍ରମଣ ହାର ୨୫% ଥିଲା । ଏବେ ଏହା ୧୫% ତଳକୁ ହ୍ରାସ ପାଇଛି । ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ ଦ୍ରୁତଗତିରେ ସଂକ୍ରମଣ ହ୍ରାସ ପାଇଛି । ହେଲେ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାରେ ଏବେ ବି କରୋନା ସଂକ୍ରମଣ ଚିନ୍ତାଜନକ । ଖୋର୍ଦ୍ଧା, କଟକରେ ଏବେ ବି କରୋନା ସଂକ୍ରମଣ ହାର ୨୦%ରୁ ୨୫%ରୁ ଅଧିକ କିଛି । ଠିକଣା ସମୟରେ ଲକଡାଉନ ଲାଗୁ ହୋଇଥିବାରୁ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଭିତରେ ଅଛି । ଏବେ ପୂର୍ବଭଳି ବସ୍ ଚଳାଚଳ ବନ୍ଦ ରହିବ ।ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ଖୋଲା ଯିବନି । ପୂର୍ବଭଳି ମାଲ୍ ପରିବହନ ଗାଡ଼ି ଚଳପ୍ରଚଳ କରିପାରିବ । ସ୍ୱାସ୍ଥ୍ୟ ସେବା, କୃଷି, ଶିଳ୍ପ, ବ୍ୟାଙ୍କ, ଜରୁରୀ ସେବା, ଟେଲିକମ, ବିଦ୍ୟୁତ ସେବା, ଜଳ ଯୋଗାଣ ଆଦି କାର୍ୟ୍ୟକୁ କଟକଣାମୁକ୍ତ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ