Masthead

ଆଜିଠୁ ଲକଡାଉନ ୩.୦

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିଠୁ ଲାଗୁ ହେଲା ଲକଡାଉନ ୩.୦ । ସଂକ୍ରମଣ ଚେନକୁ ଭାଙ୍ଗିବାକୁ ରାଜ୍ୟ ସରକାର ଆସନ୍ତା ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ପୂର୍ବ ଭଳି ସପ୍ତାହନ୍ତ ସଟଡାଉନ ଜାରି ରହିବ । ପୂର୍ବରୁ ଲାଗିଥିବା ସଟଡାଉନର ସମସ୍ତ କଟକଣା ବି ବଳବତ୍ତର ରହିବ । ସୋମବାରରୁ ଶୁକ୍ରବାର ପର୍ୟ୍ୟନ୍ତ ପୂର୍ବଭଳି ସକାଳ ୭ଟାରୁ ଦିନ ୧୧ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ତେବେ ୩ଟି ଜିଲ୍ଲାରେ ସଂକ୍ରମଣ ୧୦% ତଳକୁ ରହୁଥିବା କାରଣରୁ ଏଠାରେ ଲକଡାଉନକୁ କୋହଳ କରାଯାଇଛି । ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତି ଜିଲ୍ଲାରେ ଲକଡାଉନ କଟକଣାକୁ କୋହଳ କରାଯାଇଛି । ଏଠାରେ ମଲ୍, ମାର୍କେଟ କମ୍ପେ୍ଲକ୍ସ, ସାପ୍ତାହିକ ହାଟ, ସେଲୁନ୍ ଓ ସ୍ପା ବାଦ୍ ଅନ୍ୟ ସମସ୍ତ ଦୋକାନ ସକାଳ ୭ରୁ ଦିନ ୧ଟା ପର୍ୟ୍ୟନ୍ତ ସବୁ ଦୋକାନ ଖୋଲା ରହିବ । ରବିବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟରେ ତାଲାବନ୍ଦ ଅବଧିକୁ ବୃଦ୍ଧି କରିଥିଲେ।

ତେବେ ପୂର୍ବରୁ ଲକଡାଉନକୁ ୨୫ ଦିନ ବିତିଲାଣି, ଏହାର ମଧ୍ୟ ସୁଫଳ ଦେଖିବାକୁ ମିଳୁଛି । ୨୫ ଦିନ ତଳେ ରାଜ୍ୟରେ କରୋନା ସଂକ୍ରମଣ ହାର ୨୫% ଥିଲା । ଏବେ ଏହା ୧୫% ତଳକୁ ହ୍ରାସ ପାଇଛି । ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ ଦ୍ରୁତଗତିରେ ସଂକ୍ରମଣ ହ୍ରାସ ପାଇଛି । ହେଲେ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାରେ ଏବେ ବି କରୋନା ସଂକ୍ରମଣ ଚିନ୍ତାଜନକ । ଖୋର୍ଦ୍ଧା, କଟକରେ ଏବେ ବି କରୋନା ସଂକ୍ରମଣ ହାର ୨୦%ରୁ ୨୫%ରୁ ଅଧିକ କିଛି । ଠିକଣା ସମୟରେ ଲକଡାଉନ ଲାଗୁ ହୋଇଥିବାରୁ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଭିତରେ ଅଛି । ଏବେ ପୂର୍ବଭଳି ବସ୍ ଚଳାଚଳ ବନ୍ଦ ରହିବ ।ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ଖୋଲା ଯିବନି । ପୂର୍ବଭଳି ମାଲ୍ ପରିବହନ ଗାଡ଼ି ଚଳପ୍ରଚଳ କରିପାରିବ । ସ୍ୱାସ୍ଥ୍ୟ ସେବା, କୃଷି, ଶିଳ୍ପ, ବ୍ୟାଙ୍କ, ଜରୁରୀ ସେବା, ଟେଲିକମ, ବିଦ୍ୟୁତ ସେବା, ଜଳ ଯୋଗାଣ ଆଦି କାର୍ୟ୍ୟକୁ କଟକଣାମୁକ୍ତ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ