Masthead

ଟିକା ନେଲେ ମିଳିବ ୧୦ କୋଟିର ଅପାର୍ଟମେଣ୍ଟ, ଜାଣନ୍ତୁ କେଉଁଠି

(ବଡ଼ ଖବର ବ୍ୟୁରୋ): କରୋନା ଟିକା ନେଲେ ମିଳିବ ୧୦ କୋଟି ଟଙ୍କାର ଘର ଜିତନ୍ତୁ । ଏପରି ଅଫର ଭାରତରେ ନୁହେଁ ହଂକଂରେ ଦିଆଯାଉଛି । ଲୋକମାନଙ୍କୁ ଟିକାକରଣ ପାଇଁ ପ୍ରୋତ୍ସାହିତ କରିବାକୁ ଏପରି ଅଫର ଦିଆଯାଉଛି ସେଠାରେ । ଅବଶ୍ୟ ଏହି ଅଫର ସମସ୍ତଙ୍କ ପାଇଁ ନୁହେଁ । ଲକି ଡ୍ର ମାଧ୍ୟମରେ ଏହି ଅଫର ଜିତିପାରିବେ ସେଠାକାର ନାଗରିକ । ତେବେ ଲୋକଙ୍କ ପାଇଁ ଏଭଳି ଅଫର ଦିଆଯିବାର କାରଣ ହେଉଛି ସେଠାକାର ନାଗରିକମାନେ ଟିକା ନେବାକୁ ଉତ୍ସୁକ ନୁହନ୍ତି । ଯେଉଁଥିପାଇଁ ଡେଭଲପରମାନଙ୍କ ଦ୍ୱାରା ଏଭଳି ଅଫର ଦିଆଯାଉଛି ଲୋକମାନଙ୍କୁ । ଏଥିରେ ଟିକା ନେଉଥିବା ଲୋକମାନଙ୍କ ପାଇଁ ୧୪ଲକ୍ଷ ଡଲାର ଅର୍ଥାତ ୧୪କୋଟି ଟଙ୍କାର ଆପାର୍ଟମେଣ୍ଟ ଦିଆଯାଉଛି ।

ଦ ସିନୋ ଗ୍ରୁପ୍‌, ଏନଜି ତେଙ୍ଗ ଫୋଙ୍ଗ ଦାତବ୍ୟ ସଂସ୍ଥା ଓ ଚୀନର ଇଷ୍ଟେଟ ହୋଲ୍ଡିଂସ ଏ ବିଷୟରେ ଘୋଷଣା କରିଛନ୍ତି । ସେମାନେ ପ୍ରଦାନ କରୁଥିବା ଉପହାରରେ କୁନ୍‌ ଟୋଙ୍ଗ ସ୍ଥିତ ଗ୍ରାଣ୍ଡ ସେଣ୍ଟ୍ରାଲ ପ୍ରୋଜେକ୍ଟରେ ଗୋଟିଏ ଶୟନକକ୍ଷ ବିଶିଷ୍ଟ ୪୪୯ ସ୍କେ୍ୱୟାର ଫୁଟର ଏକ ଫ୍ଲାଟ୍‌ ମିଳିବ । କରୋନା ଟିକାର ଦୁଇଟିଯାକ ଡୋଜ୍‌ ନେଇଥିବା ଲୋକେ ଏହି ସ୍କିମ୍‌ର ଲାଭ ଉଠାଇ ପାରିବେ । ହଂକଂ ସରକାରଙ୍କ ସୂଚନା ଅନୁସାରେ, ଗତ ଅଗଷ୍ଟ ମାସରୁ କିଛି ଟିକାର ବ୍ୟବହାର ସମୟସୀମା ଶେଷ ହୋଇଯାଇଛି । ଏଥିପାଇଁ ଲୋକଙ୍କୁ ଟିକା ନେବା ପାଇଁ ଏଭଳି ଭାବେ ପ୍ରୋତ୍ସାହନ କରାଯାଉଛି । କରୋନା ଟିକା ବଦଳରେ ଦିଆଯାଉଥିବା ଏହି ଅଫର୍‌ ଲୋକଙ୍କୁ ଖୁବ୍‌ ଆକର୍ଷିତ କରିବ ବୋଲି ଆଶା କରାଯାଉଛି । ତେବେ ହଂକଂରେ ସମ୍ପତ୍ତିର ମୂଲ୍ୟ ଢେର ଅଧିକ । ଏହା ପୂର୍ବରୁ ଆମେରିକାର ନ୍ୟୁୟର୍କ, ଓହିଓ, ମେରିଲ୍ୟାଣ୍ଡ, କେଣ୍ଟକି ଓ ଓରେଗନ୍‌ ଭଳି ସ୍ଥାନରେ ଟିକା ନେଉଥିବା ଲୋକଙ୍କ ପାଇଁ ଲକି ଡ୍ର ମାଧ୍ୟମରେ ଉପହାର ଅଫର୍‌ ଦିଆଯାଇଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍