Masthead

ସପ୍ତାହକ ମଧ୍ୟରେ ବ୍ଲାକ ଫଙ୍ଗସ ଔଷଧ ଆଣିବ ପତଞ୍ଜଳୀ କହିଲେ ରାମଦେବ ବାବା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏଲୋପାଥିକୁ ଷ୍ଟୁପିଡ଼ ସାଇନ୍ସ କହି ବିବାଦରେ ଘେରକୁ ଆସିଥିବା ବାବା ରାମଦେବ ଏବେ ପୁଣି ଏକ ବୟାନ ଦେଇଛନ୍ତି । ସେ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି ଯେ, ଗୋଟିଏ ସପ୍ତାହ ମଧ୍ୟରେ ଆଣିବେ ବ୍ଲାକ ଫଙ୍ଗସର ଔଷଧ । ସମ୍ପୂର୍ଣ୍ଣ ଆୟୁର୍ବେଦିକ ଉପାୟରେ ପ୍ରସ୍ତୁତ ହେବ ଏହି ଔଷଧ । ତେବେ ସେମାନେ ଏହା ଦାବି କରିଛନ୍ତି ଯେ, ପତଞ୍ଜଳୀ ଆୟୁର୍ବେଦ ଲିମିଟେଡ଼ ଓ ପତଞ୍ଜଳୀ ଯୋଗପୀଠ ଏହି ଔଷଧ ପ୍ରସ୍ତୁତି ନେଇ ସମସ୍ତ ଜରୁରୀ ଔପଚାରିକତା କୁରା କରିଛି । ସେପଟେ ହ୍ୱାଇଟ ଓ ୟେଲୋ ଫଙ୍ଗସ ପାଇଁ ଔଷଧ କାର୍ଯ୍ୟଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କୁହାଯାଇଛି ।

ତେବେ ରାମଦେବ ବାବା କହିଛନ୍ତି ଯେ, ଏତେ ବିବାଦ ଘେରରେ ମଧ୍ୟ ସେ ଲୋକଙ୍କ ସେବାରେ ଲାଗିଛନ୍ତି । ସୂଚନା ଥାଉକି, କରୋନାର ପ୍ରଥମ ଲହର ବେଳେ ପତଞ୍ଜଳୀ ତରଫରୁ କରୋନା ନିରୋଧୀ କରୋନିଲ ଔଷଧ ପ୍ରସ୍ତୁତ କରାଯାଇ ବଜାରକୁ ଛଡାଯାଇଥିଲା । ହେଲେ ଏହାକୁ ନେଇ ବିବାଦ ଦେଖାଦେବା ପରେ ଏହାକୁ ସପୋର୍ଟିଂ ମେଡିସିନ ବା ଇମ୍ୟୁନିଟି ବୋଷ୍ଟର ବୋଲି କୁହାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼