Masthead

ଉପରାଷ୍ଟ୍ରପତିଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ-ଟିକ ହଟାଇଲା ଟ୍ୱିଟର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସୋସିଆଲ ମିଡିଆ ପାଇଁ କେନ୍ଦ୍ର ସରକାର ଆଣିଥିବା ନୂଆ ନିୟମକୁ ନେଇ ଟ୍ୱିଟର ଓ ଭାରତ ସରକାରଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ତିକ୍ତତା । ଏହାମଧ୍ୟରେ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡ଼ୁଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରୁ ଅଫିସିଆଲ ମାର୍କ ବା ବ୍ଲୁ-ଟିକ୍ ହଟାଇଦେଇଛି ଟ୍ୱିଟର । ଏନେଇ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ, ଆକାଉଣ୍ଟ କିଛିଦିନ ହେବ ଆକ୍ଟିଭ ନଥିବା କାରଣରୁ ଟ୍ୱିଟର ଏଥିରୁ ବ୍ଲୁଟିକ ହଟାଇ ଦେଇଛି । ତେବେ ଗତ କିଛି ଦିନ ହେବ କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିର୍ଦ୍ଦେଶାବଳୀକୁ ନେଇ ଟ୍ୱିଟର ଏବଂ ସରକାରଙ୍କ ମଧ୍ୟରେ ବିବାଦ ବଢ଼ିଛି ।

ଅନ୍ୟ ସୋସିଆଲ ମିଡିଆ ଆକାଉଣ୍ଟ ଗୁଡ଼ିକ କେନ୍ଦ୍ରସରକାରଙ୍କ ନିର୍ଦ୍ଦେଶାବଳୀକୁ ମାନୁଥିବା ବେଳେ ଟ୍ୱିଟର ଏହାକୁ ମାନୁନି । ଯେଉଁଥିପାଇଁ ବିବାଦ ବଢ଼ିଛି । କେବଳ ଏତିକି ନୁହେଁ ପୂର୍ବରୁ ଦିଲ୍ଲୀ ପୋଲିସ ଗୁରୁଗ୍ରାମରେ ଥିବା ଟ୍ୱିଟର ଇଣ୍ଡିଆ କାର୍ଯ୍ୟାଳୟ ଉପରେ ଟୁଲକିଟ ପ୍ରସଙ୍ଗକୁ ନେଇ ନୋଟିସ କରି ଜବାବ ମାଗିଥିଲା । ଏହା ଉପରେ ଟ୍ୱିଟର ପୁଣିଥରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼