Masthead

ଆପଣଙ୍କ ସାହାଯ୍ୟ ଦିଲ୍ଲୀପଙ୍କୁ ଦେବ ନୂଆ ଜୀବନ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): କିଛିଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ଭୁବନେଶ୍ବରର ୪୭ ବର୍ଷୀୟ ଦିଲ୍ଲୀପ ଦାସ । କରୋନାରୁ ସୁସ୍ଥ ହେବାର ୫ଦିନ ପରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ସାଙ୍ଘାତିକ ଭାବେ ବିଗିଡିଥିଲା । ନିଶ୍ଵାସ ପ୍ରଶ୍ବାସ ନେବାରେ ତାଙ୍କର ଅସୁବିଧା ହୋଇଥିଲା । ପରିବାର ଲୋକେ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । କିନ୍ତୁ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁନି । ଚିକିତ୍ସା ପାଇଁ ତାଙ୍କୁ ବାହାରକୁ ନେବାକୁ ହେବ । ହେଲେ ଦିଲ୍ଲୀପଙ୍କ ପରିବାର ପାଖରେ ଅର୍ଥ ନାହିଁ । ଏପଟେ ଦିଲ୍ଲୀପଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରେ ଲାଗିଛି ।

ତାଙ୍କ ସାନଭାଇଙ୍କ କହିବାନୁସାରେ, ଦିଲ୍ଲୀପ ଭୁବନେଶ୍ଵରସ୍ଥିତ ଭକ୍ତମଧୁନଗର ତାଳବଣିଆ, ଲେନ-୬ ରେ ରୁହନ୍ତି । ସାଙ୍ଗରେ ରୁହନ୍ତି କୁନିକୁନି ଦୁଇପୁଅ ଏବଂ ସ୍ତ୍ରୀ । ପରିବାର ଚଳାଇବାର ସବୁ ଦାୟିତ୍ବ ଦିଲ୍ଲୀପଙ୍କ ସ୍ବଳ୍ପ ରୋଜଗାର ଉପରେ । କିଛିଦିନ ପୂର୍ବରୁ ଦିଲ୍ଲୀପ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ । ପରିବାରରେ ଖୁସିର ଲହରି ଖେଳିଯାଇଥିଲା । ତେବେ କୋଭିଡରୁ ସୁସ୍ଥ ହେଲାପରେ ପୁଣି ଅସୁସ୍ଥ ହୋଇପଡ଼ିଥିଲେ । ବର୍ତ୍ତମାନ ତାଙ୍କ ଜୀବନ ପାଇଁ ଲୋଡା ପଡୁଛି ଉନ୍ନତ ଚିକିତ୍ସା । କିନ୍ତୁ ଅର୍ଥ ସଂକଟ ଯୋଗୁଁ ତାହା ଉପଲବ୍ଧ ହୋଇପାରୁନି । ହସ୍ପିଟାଲ ବେଡରେ ଜୀବନ ସହ ସଙ୍ଘର୍ଷ କରୁଛନ୍ତି । ଅଧିକ ଟଙ୍କା ଖର୍ଚ୍ଚ କରିବା ପାଇଁ ପରିବାର ପାଖରେ ସମ୍ବଳ ନାହିଁ । ତାଙ୍କୁ ଯଦି କେହି ସହୃଦୟବାନ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହାନ୍ତି ତେବେ ତାଙ୍କ ଆକାଉଣ୍ଟ ନମ୍ବର- 62017839366
IFSC code -SBIN 0020725 । ଏହା ସହ ଫୋନ୍ ପେ ନମ୍ବର 7377354460 ନମ୍ବରରେ ସାହାଯ୍ୟ ପଠାଇପାରିବେ । ଆପଣଙ୍କ ସାହାଯ୍ୟ ଦିଲ୍ଲୀପଙ୍କୁ ନୂଆ ଜୀବନ ଦେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ