ଟିକାକୁ ନେଇ ଗାଇଡ଼ଲାଇନ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରେ): ସୋମବାର ଦେଶକୁ ସମ୍ବୋଧନ କରି ଦେଶବାସୀଙ୍କୁ ମାଗଣା ଟିକା ଯୋଗାଇବା ନେଇ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏନେଇ ଆଜି ଜାରି କରାଯାଇଛି ଗାଇଡ଼ଲାଇନ । କେଉଁ ରାଜ୍ୟକୁ ମାନଙ୍କୁ କେଉଁ ଆଧରରେ ଆଗ ଟିକା ମିଳିବ ସେ ନେଇ ମଧ୍ୟ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ରାଜ୍ୟର ଜନସଂଖ୍ୟା, କରୋନା ସଂକ୍ରମଣର ବିସ୍ତାର ଏବଂ ଟିକାକରଣ କେତେ ହୋଇଛି ତାହାକୁ ନଜରରେ ରଖି ରାଜ୍ୟମାନଙ୍କୁ ଟିକା ଦିଆଯିବ। ଏହାଛଡ଼ା ଟିକା ଯଦି ନଷ୍ଟ ହୁଏ ତେବେ ନୂତନ ଟିକା ଯୋଗାଣରେ ବାଧକ ଉପୁଜିପାରେ ବୋଲି ମଧ୍ୟ କୁହାଯାଇଛି । କେନ୍ଦ୍ର ଦ୍ୱାରା ଜାରି ଏହି ନୂତନ ଗାିଡ଼ଲାଇନ ଜୁନ୨୧ରୁ କାର୍ଯ୍ୟକାରୀ ହେବ ।

ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ଘରୋଇ ଡାକ୍ତରଖାନା ମାନଙ୍କରେ କରୋନା ଟିକାର ମୂଲ୍ୟ କେତେ ରହିବ ତାହା ଉତ୍ପାଦନକାରୀ କମ୍ପାନୀ ଗୁଡ଼ିକ ସ୍ଥିର କରିବେ । ଏଥିରେ କିଛି ପରିବର୍ତ୍ତନ ହେଲେ ଡାକ୍ତରଖାନାଗୁଡ଼ିକୁ ଆଗୁଆ ସୂଚନା ଦିଆଯିବ । ଏହି ଟିକାର ସ୍ଥିର ମୂଲ୍ୟ ବ୍ୟତୀତ ଘରୋଇ ଡାକ୍ତରଖାନାରୁ କରୋନା ଟିକା ପାଇଁ ମାତ୍ର ୧୫୦ ଟଙ୍କା ପର୍ୟ୍ୟନ୍ତ ସର୍ଭିସ ଚାର୍ଜ ହିଁ ନିଆଯାଇପାରିବ । ଘରୋଇ ଡାକ୍ତରଖାନାଗୁଡ଼ିକରେ ଟିକା ପାଇଁ ସଠିକ୍ ମୂଲ୍ୟ ଆଦାୟ କରାଯାଉଛି କି ନାହିଁ, ଏହାର ତଦାରଖ କରିବାର ଦାୟିତ୍ୱ ରାଜ୍ୟ ସରକାର ନେବେ ।

ସେହିପରି ୧୮ବର୍ଷରୁ ଅଧିକ ଲୋକଙ୍କ ମଧ୍ୟରେ କାହାକୁ ଟିକାକରଣରେ ପ୍ରାଥମିକତା ଦିଆଯିବ ତାହା ମଧ୍ୟ ରାଜ୍ୟ ସରକାର ବିଚାର କରିବେ । ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ କେନ୍ଦ୍ର ସରକାରଙ୍କୁ ରାଜ୍ୟମାନଙ୍କୁ ଦିଆଯାଇଥିବା ଟିକା ବିଷୟରେ ସୂଚନା ଦିଆଯିବ। ଏହା ପରେ ରାଜ୍ୟମାନଙ୍କୁ ଏହି ସୂଚନା ଜିଲ୍ଲା ପ୍ରଶାସନକୁ ଦେବାକୁ ପଡ଼ିବ। କେବଳ ଏତିକି ନୁହେଁ କେଉଁ ଜିଲ୍ଲା ପାଇଁ କେତେ ଟିକା ବଣ୍ଟନ କରାଯାଇଛି ତାହାର ସବିଶେଷ ତଥ୍ୟ ମଧ୍ୟ ଦିଆଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ