Masthead

ବର ଗୁଟୁଖା ଚୋବାଉଥିବା ଦେଖି କନିଆଁ ବାହାଘର ଭାଙ୍ଗିଦେଲା

ଲକ୍ଷ୍ନୌ (ବଡ଼ ଖବର ବ୍ୟୁରୋ): ପାନ-ମସଲା ଖାଇବା କେବଳ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ ବରଂ ବିବାହ ପାଇଁ ମଧ୍ୟ କ୍ଷତିକାରକ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାରେ । ବିବାହ କାର୍ଯ୍ୟକ୍ରମ ୫ ଜୁନରେ ଥିଲା । ବର ବି କନିଆଁ ଘରକୁ ରୋଷଣି କରି ପହଞ୍ଚି ସାରିଥିଲା । ଠିକ ଏତିକି ବେଳେ କନିଆଁ ଦେଖିଲେ ଯେ, ତାଙ୍କର ହେବାକୁ ଥିବା ବର ମଦ୍ୟ ପାନ କରି, ଗୁଟଖା ଚୋବାଉଛି । ଏହା ଦେଖି କନିଆଁ ଜଣକ ବିବାହ କରିବାକୁ ମନା କରି ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଅଞ୍ଚଳର ପୋଲିସ ପହଞ୍ଚିଥିଲା । ସ୍ଥାନୀୟ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଶୈଳେନ୍ଦ୍ର ସିଂ କହିଛନ୍ତିି, ମିସୁରୁଲି ଗାଁରେ ଜଣେ ଝିଅର ବିବାହ କେଜୁଣୀ ଗାଁର ଜଣେ ଯୁବକଙ୍କ ସହ ହେବାକୁ ସ୍ଥିର ହୋଇଥିଲା । ବରର ଗୁଟଖା ଓ ମଦ ପିଆକୁ ଦେଖି ଝିଅ ଜଣକ ବିବାହ କରିବାକୁ ମନା କରି ଦେଇଥିଲେ । ବିବାହ ରଦ୍ଦ ହେବା ପରେ ଉଭୟ ପରିବାର ମଧ୍ୟ ପରସ୍ପରକୁ ଦେଇଥିବା ଉପହାର ଫେରସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ