Masthead

ପୋଲିସ ଗୁଳିରେ ମାଓବାଦୀ ନିହତ

ବରଗଡ (ବଡ ଖବର ବ୍ୟୁରୋ): ବରଗଡର ପଦମପୁରରେ ଏନକାଂଉଟର । ପଦମପୁରର ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ଏସଓଜି ଓ ପୁଲିସର ମିଳିତ ଅପରେସନ ବେଳେ ଏହି ଏନକାଂଉଟର ହୋଇଛି । ପୋଲିସ-ମାଓବାଦୀ ଗୁଳିବିନିମୟରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଛି । ବରଗଡର ଘେଁସ ବନଖଣ୍ଡ ଅଂଚଳରେ ଘଟିଛି ଏଭଳି ଘଟଣା । ଜବାବି ହାମଲାରେ ଜଣେ ମାଓବାଦୀ ନିହତ । ନିହତ ମାଓବାଦୀ ସିନିୟର କ୍ୟାଡରର ହୋଇଥିବା ଜଣାପଡିଛି । ଭଂଞ୍ଜଗୁଡା ନିକଟ ଝାଞ୍ଜ ଜଙ୍ଗଲରେ ନିହତ ହୋଇଛି ମାଓବାଦୀ । ଘଟଣାସ୍ଥଳରୁ ମାରଣାସ୍ତ୍ର ସହ ଏକ-୪୭ ରାଇଫଲ , ମାଗାଜିନ ଜବତ ହୋଇଛି । ଯାହାକୁ ନେଇ ସାମ୍ବାଦିକ ଲମ୍ମିଲନୀରେ ସୂଚନା ଦେଇଛନ୍ତି ଡିଜିପି ଅଭୟ । ତେବେ ମୃତ ମାଓବାଦୀଙ୍କ ପରିଚୟ ମିଳିପାରି ନାହିଁ । ଏବେ ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଅନ୍ୟପଟେ ମାଓବାଦୀମାନେ ଯଦି ସମାଜର ମୁଖ୍ୟସ୍ତ୍ରୋତକୁ ଫେରୁବାକୁ ଚାହିଁଲେ ସେମାନଙ୍କୁ ସ୍ୱାଗତ କରାଯିବା ସହ ସମାନଙ୍କ ପାଇିଁ ବିଭିନ୍ନ ଯୋଜନା କରାଯାଇଛି ବୋଲି ଡିଜି ଅଭୟ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି