ପୋଲିସ ଗୁଳିରେ ମାଓବାଦୀ ନିହତ

ବରଗଡ (ବଡ ଖବର ବ୍ୟୁରୋ): ବରଗଡର ପଦମପୁରରେ ଏନକାଂଉଟର । ପଦମପୁରର ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ଏସଓଜି ଓ ପୁଲିସର ମିଳିତ ଅପରେସନ ବେଳେ ଏହି ଏନକାଂଉଟର ହୋଇଛି । ପୋଲିସ-ମାଓବାଦୀ ଗୁଳିବିନିମୟରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଛି । ବରଗଡର ଘେଁସ ବନଖଣ୍ଡ ଅଂଚଳରେ ଘଟିଛି ଏଭଳି ଘଟଣା । ଜବାବି ହାମଲାରେ ଜଣେ ମାଓବାଦୀ ନିହତ । ନିହତ ମାଓବାଦୀ ସିନିୟର କ୍ୟାଡରର ହୋଇଥିବା ଜଣାପଡିଛି । ଭଂଞ୍ଜଗୁଡା ନିକଟ ଝାଞ୍ଜ ଜଙ୍ଗଲରେ ନିହତ ହୋଇଛି ମାଓବାଦୀ । ଘଟଣାସ୍ଥଳରୁ ମାରଣାସ୍ତ୍ର ସହ ଏକ-୪୭ ରାଇଫଲ , ମାଗାଜିନ ଜବତ ହୋଇଛି । ଯାହାକୁ ନେଇ ସାମ୍ବାଦିକ ଲମ୍ମିଲନୀରେ ସୂଚନା ଦେଇଛନ୍ତି ଡିଜିପି ଅଭୟ । ତେବେ ମୃତ ମାଓବାଦୀଙ୍କ ପରିଚୟ ମିଳିପାରି ନାହିଁ । ଏବେ ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଅନ୍ୟପଟେ ମାଓବାଦୀମାନେ ଯଦି ସମାଜର ମୁଖ୍ୟସ୍ତ୍ରୋତକୁ ଫେରୁବାକୁ ଚାହିଁଲେ ସେମାନଙ୍କୁ ସ୍ୱାଗତ କରାଯିବା ସହ ସମାନଙ୍କ ପାଇିଁ ବିଭିନ୍ନ ଯୋଜନା କରାଯାଇଛି ବୋଲି ଡିଜି ଅଭୟ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!