ପାଦରୁ ଅଳତା ଲିଭିନି, ଯୌତୁକ ଜୁଇରେ ଜଳିଗଲେ ପ୍ରିୟଙ୍କା

ଛତ୍ରପୁର(ବଡ଼ ଖବର ବ୍ୟୁରୋ): ପାଦରୁ ଅଳତା ଲିଭିନି, ଯୌତୁକ ଜୁଇରେ ଜଳିଗଲେ ପ୍ରିୟଙ୍କା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଛତ୍ରପୁର ଥାନା ରାଜପୁର ଗ୍ରାମରେ । ରାଜପୁର ଗ୍ରାମର ତପନ ଗୌଡଙ୍କ ସ୍ତ୍ରୀ ପ୍ରିୟଙ୍କା ବେକରେ ଲୁଗା ଲଗେଇ ଝୁଲୁଥିଲେ । ଖବର ପାଇ ଛତ୍ରପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛି । ପୋଲିସ ତପନ ଗୌଡଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ଦିଗପହଣ୍ଡି ଥାନା ନରସିଂହପୁର ଗ୍ରାମର ବାବୁ ଗୌଡଙ୍କ ଝିଅ ପ୍ରିୟଙ୍କାଙ୍କ ସହ ତପନଙ୍କର ବିବାହ ହୋଇଥିଲା ।

ବିବାହର ତିନି ମାସ ପରେ ଅଧିକ ଯୈାତୁକ ପାଇଁ ପ୍ରିୟଙ୍କାଙ୍କୁ ଶ୍ୱଶୁର ଘର ଲୋକେ ଶାରୀରିକ ଓ ମାନସିକ ଅତ୍ୟାଚାର ଦେଇଆସୁଥିଲେ । ଶ୍ୱଶୁରଘର ଲୋକେ ହତ୍ୟା କରିଥିବା ମୃତ ପ୍ରିୟଙ୍କାଙ୍କ ବାପା ବାବୁ ଗୌଡ ଏତାଲାରେ ଦର୍ଶାଇଛନ୍ତି । ପ୍ରିୟଙ୍କାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ସ୍ପଷ୍ଟ ହୋଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ