Masthead

ବଲାଙ୍ଗିରରୁ ଆସିଲା କଙ୍ଗାରୁ କୋର୍ଟ ମାମଲା, ସମିତି ସଭ୍ୟଙ୍କ ପରିବାର ଗାଁରୁ ବାସନ୍ଦ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ସମିତି ସଭ୍ୟ ପରିବାର ଗାଁରୁ ବାସନ୍ଦ । ବଲାଙ୍ଗିରରେ ପୁଣି ଏକ କଙ୍ଗାରୁ କୋର୍ଟ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲରମ୍ଭା ଥାନା ବାଘମୁଣ୍ଡ ଗାଁରୁ । ବାଘମୁଣ୍ଡର ମହିଳା ସମିତି ସଭ୍ୟଙ୍କ ସମେତ ତାଙ୍କ ପରିବାରକୁ ଗାଁରେ ନିଆଁ ପାଣି ବାସନ୍ଦ କରାଯାଇଛି । ଘଟଣା ସଂପର୍କରେ ପ୍ରଥମେ ଲରମ୍ଭା ଥାନା ଓ ପରେ ପାଟଣାଗଡ ଏସଡିପିଓଙ୍କ ନିକଟରେ ଅଭିଯୋଗ ପରେ ନିର୍ୟାତିତ ପରିବାର ବଲାଙ୍ଗିର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ୨୦୧୭ ଫେବୃଆରୀରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବାଘମୁଣ୍ଡ ଗ୍ରାମପଞ୍ଚାୟତରୁ ସମିତି ସଭ୍ୟା ଭାବେ ବାଘମୁଣ୍ଡ ଗାଁର ବୈଦେହୀ ସେଠ୍ ନିର୍ବାଚିତ ହୋଇଥିଲେ ।

ନିର୍ବାଚିତ ହେବାପରେ ଗାଁର ପ୍ରକାଶ ମେହେର ଓ ବିକାଶ ମେହେର ପ୍ରଲୋଭନ ଦେଖାଇ ବୈଦେହୀ ଓ ତାଙ୍କ ସ୍ବାମୀ ଲିଙ୍ଗରାଜ ସେଠଙ୍କୁ ରାୟପୁର ନେଇ ୧୫ ଦିନ ଅଜଣାସ୍ଥାନରେ ରଖିଥିଲେ । କିଛିଦିନ ତଳେ ସମିତି ସଭ୍ୟା ବୈଦେହୀ ଓ ତାଙ୍କ ସ୍ୱାମୀ ଲିଙ୍ଗରାଜ ଟଙ୍କା ମାଗିବାରୁ ବିକାଶ ମେହେର ଏବଂ ପ୍ରକାଶଙ୍କ ମେହେର ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ବନ୍ଧୁକ, ଠେଙ୍ଗା ଓ ଲୁହାରଡ୍ ଆଦି ଦେଖାଇ ଭୟଭୀତ କରିଥିଲେ । ଘଟଣା ସଂପର୍କରେ ଗତ ୧ ତାରିଖ ଦିନ ବୈଦେହୀ ସେଠ ଲରମ୍ଭା ଥାନାରେ ଅଭିଯୋଗ କରିଥିଲେ । ଏପରିକି କାର୍ୟ୍ୟାନୁଷ୍ଠାନ ଦାବୀରେ ଗତ ୧୨ ତାରିଖ ପିଡିତ ପରିବାର ପାଟଣାଗଡ ଏସଡିପିଓ ଙ୍କ ଦ୍ବାରସ୍ଥ ହୋଇଥିଲେ । ଏ ଘଟଣାକୁ ନେଇ ୧୪ ତାରିଖରେ ଗାଁରେ ବସିଲା କଙ୍ଗାରୁ କୋର୍ଟ । ବୈଦେହୀଙ୍କ ପରିବାରକୁ ମଧ୍ୟ ଗାଁ ଲୋକେ ଡାକିଥିଲେ । ଭୟରେ ସେମାନେ ନଯିବାରୁ ନିଆଁପାଣି ବାସନ୍ଦ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’