Masthead

ଦୁଷ୍କର୍ମକାରୀ ଚମ୍ପଟ ମାମଲା: ୩ ପୋଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ଆରଜିଏଚରେ ପୋଲିସ ହେପାଜତରୁ ଦୁଷ୍କର୍ମକାରୀ କିଶୋର ଦାସ ଓରଫ ଜଟ ‌ଚମ୍ପଟ ମାରିବା ଘଟଣା। ରାଉରକେଲା ଏସପି ମୁକେଶ କୁମାର ଭାମୁ ଘଟଣାକୁ ଗୁରୁତର ସହ ନେଇଛନ୍ତି। କାର୍ୟ୍ୟରେ ଅବହେଳା ପାଇଁ ଏସପି ଶ୍ରୀ ଭାମୁ ଛେଣ୍ଡର ତିନି ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ଲିଲମ୍ବିତ ହୋଇଥିବା ୩ ପୋଲିସ କର୍ମଚାରୀ ହେଲେ ହାବିଲଦାର ନିରଞ୍ଜନ ସାହୁ, ଦୁଇ କନେଷ୍ଟବଳ ଉମ୍ଳାନ ମିଞ୍ଜ ଓ କେ.ସି. ଦାସ। କେଉଁ ପରିସ୍ଥିତିରେ ନିଲମ୍ବିତ ତିନି ପୋଲିସ କର୍ମଚାରୀଙ୍କ ହେପାଜରୁ ଦୁଷ୍କର୍ମକାରୀ ଜଟ ଫେରାର ହେଲା ପୋଲିସ ତା’ର ତଦନ୍ତ କରୁଛି। ରଘୁନାଥପାଲୀ ପୋଲିସ ମଧ୍ୟ ଅନୁରୂପ ଦନନ୍ତ ଜାରି ରଖିଥିଲେ ହେଁ ଅଦ୍ୟାବଧି ଜଟର କୌଣସି ସନ୍ଧାନ ପାଇପାରି ନାହିଁ ପୋଲିସ। ଅଭିଯୁକ୍ତ ଜଟ ଫେରାର ହୋଇଥିବା ଜାଣିବା ପରେ ଜୀବନ ବଞ୍ଚାଇବା ଭୟରେ ପୀଡିତା ମହିଳା ଘରେ ତାଲା ମାରି ସହର ଛାଡି ପଳାଇଛନ୍ତି।

ସୂଚନାଥାଉକି, ଗତ ଦୁଇ ଦିନ ପୂର୍ବରୁ କଳିଙ୍ଗବିହାର ବନପୋଷ ଅଞ୍ଚଳର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଛେଣ୍ଡ ପୋଲିସ କିଶୋର ଦାସ ଓରଫ ଜଟକୁ ଗିରଫ କରିଥିଲା। ହାବିଲଦାର ନିରଞ୍ଜନ, ଦୁଇ କନେଷ୍ଟବଳ ଉମ୍ଳାନ ମିଞ୍ଜ ଓ କେ.ସି. ଦାସ ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଜଟକୁ ଆରଜିଏଚକୁ ଡାକ୍ତରୀମାଇନା ପାଇଁ ନେଇଥିଲେ। ଡାକ୍ତରୀମାଇନା ସରିବା ପରେ ଜଟ ଡାକ୍ତରଖାନାରୁ ତିନି ପୋଲିସଙ୍କ ସହ ବାହାରିଥିଲେ। ହଠାତ୍‌ ପୋଲିସ ହେପାଜରୁ ଖସି ଜଟ ସମ୍ପର୍କିୀୟଙ୍କ ବୁଲେଟରେ ବସି ଚମ୍ପଟ ମାରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର