Masthead

ସର୍ବାଧିକ ଛୁଆଥିଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି, ଜାଣନ୍ତୁ କେଉଁଠି?

ମିଜୋରାମ(ବଡ଼ ଖବର ବ୍ୟୁରୋ): ଅଧିକ ଛୁଆ ଥିଲେ ମିଳିବ୧ଲକ୍ଷ ଟଙ୍କା । ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । ମିଜୋରାମରେ ଜଣେ ମନ୍ତ୍ରୀ ଘୋଷଣା କରିଛନ୍ତି ଏହି ପ୍ରୋତ୍ସାହନ ରାଶି । ମିଜୋରାମର କ୍ରୀଡ଼ାମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ତାଙ୍କ ନିର୍ବାଚନ ମଣ୍ଡଳୀରେ ଯେଉଁ ଦମ୍ପତିମାନେ ସର୍ବାଧିକ ସନ୍ତାନ କରିବେ ସେମାନଙ୍କୁ ୧ଳକ୍ଷ ଟଙ୍କା ପ୍ରଦାନ କରାଯିବ । ତେବେ ମିଜୋ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧିକୁ ପ୍ରୋତ୍ସାହନ ଦେବା ଲାଗି ଏହି ଘୋଷଣା କରିଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ରବର୍ଟ ରୋମଓ୍ୱିଆ ରୋୟତେ । ତେବେ ନିଜ ଘୋଷଣାରେ ସେ ସର୍ବନିମ୍ନ ସନ୍ତାନଙ୍କ ସଂଖ୍ୟା ଉଲ୍ଲେଖ କରିନାହାନ୍ତି । ବିଭିନ୍ନ ରାଜ୍ୟ ସରକାର କମ୍ ସନ୍ତାନ ନେଇ ବିଭିନ୍ନ ଘୋଷଣା କରୁଥିବା ବେଳେ ମିଜୋରାମ ମନ୍ତ୍ରୀଙ୍କ ଏହି ଘୋଷଣା ଏବେ ଚର୍ଚ୍ଚାର କାରଣ ହୋଇଛି । ମନ୍ତ୍ରୀ କହିଛନ୍ତି, ଆଇଜଲ ଇଷ୍ଟ ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ସନ୍ତାନ ଥିବା ମହିଳା କିମ୍ବା ପୁରୁଷଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ ।

ଏହାସହ ସଂପୃକ୍ତ ବ୍ୟକ୍ତିଙ୍କୁ ଏକ ପ୍ରମାଣପତ୍ର ଓ ଏକ ଟ୍ରଫି ପ୍ରଦାନ କରାଯିବ । ହେଲେ ଏହି ପୁରସ୍କାର ରାଶି ରାଜ୍ୟ ପାଣ୍ଠିରୁ ପ୍ରଦାନ କରାଯିବ ନାହିଁ । ବରଂ ତାଙ୍କ ପୁତ୍ରଙ୍କ ଦ୍ବାରା ପ୍ରତିଷ୍ଠିତ ଏକ କନଷ୍ଟ୍ରକସନ କନସଲଟାନ୍ସି ଫାର୍ମରୁ ଏହି ଅର୍ଥ ପ୍ରଦାନ କରାଯିବ । ମିଜୋରାମରେ ମିଜୋ ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଏହା ଚିନ୍ତାର କାରଣ ହୋଇଛି । ଆଉ ମିଜୋ ଜନସଂଖ୍ୟା ବୃଦ୍ଧି କରିବା ଲାଗି ଏପରି ଚିନ୍ତା କରାଯାଇଛି । ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ମୋଟ ଜନସଂଖ୍ୟା ଥିଲା ୧୦ ଲକ୍ଷ ୯୧ ହଜାର ୧୪ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି