Masthead

ଚର୍ଚ୍ଚାରେ ପୁଣି ଗୁପ୍ତେଶ୍ୱର, ଏଥର ଦେଉଛନ୍ତି ପ୍ରବଚନ

ପାଟନା(ବଡ଼ ଖବର ବ୍ୟୁରୋ): ପୁଣି ଚର୍ଚ୍ଚାରେ ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ । ଗୁପ୍ତେଶ୍ୱର ପ୍ରାୟତଃ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ଚର୍ଚ୍ଚାକୁ ଆସିଥାନ୍ତି । ତେବେ ଗତର୍ବେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବେଶ ଚର୍ଚ୍ଚାକୁ ଆସିଥିଲେ । ଏଥର କିନ୍ତୁ ଏଭଳି କୌଣସି କାମ ପାଇଁ ସେ ଚର୍ଚ୍ଚାକୁ ଆସିନାହାନ୍ତି । ସେ ଜଣେ ପ୍ରବଚକ ଭାବେ ଏଥର ଚର୍ଚ୍ଚାରେ । ଗୁପ୍ତେଶ୍ୱର ପାଣ୍ଡେ ଏକ ବ୍ୟାନର ଲଗାଇ ଶ୍ରୀମଦ୍ ଭଗବତ୍ ଉପରେ ପ୍ରବଚନ ଦେଉଥିବା ଦେଖିବାକୁ ମିଳିଛି । ଏହି ବ୍ୟାନର ଗୋଟିଏ ପଟେ ରାଧା କୃଷ୍ଣଙ୍କର ଛବି ରହିଥିବା ବେଳେ ଅନ୍ୟପଟେ ଗୁପ୍ତେଶ୍ୱରଙ୍କର ଛବି ରହିଛି । ଏହାସହ ଏହି ବ୍ୟାନର ତଳେ ଜୁମ୍ ଆଇଡି ଓ ପାସୱାର୍ଡ ଲେଖା ରହିଛି ।

ତେବେ ଏହା ପ୍ରଥମ ନୁହେଁ । ସାଧାରଣତଃ ଗଣମାଧ୍ୟମରେ ଚର୍ଚ୍ଚାର ପରିସର ମଧ୍ୟକୁ ଆସିବା ପାଇଁ ଗୁପ୍ତେଶ୍ୱର ପାଣ୍ଡେ କିଛି ନା କିଛି ଏଭଳି କାମ କରନ୍ତି ଯାହାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଥାଏ । ଏହା ପୂର୍ବରୁ ସେ ଡିଜିପି ପଦରୁ ଇସ୍ତଫା ଦେଇ ନୀତିଶଙ୍କ ଜେଡିୟୁରେ ସାମିଲ ହୋଇଥିଲେ । ହେଲେ ବିହାର ନିର୍ବାଚନରେ ତାଙ୍କୁ ଟିକେଟ ନମିଳିବାରୁ ସେ ନିର୍ବାଚନ ଲଢିପାରି ନଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ