Masthead

ଚର୍ଚ୍ଚାରେ ପୁଣି ଗୁପ୍ତେଶ୍ୱର, ଏଥର ଦେଉଛନ୍ତି ପ୍ରବଚନ

ପାଟନା(ବଡ଼ ଖବର ବ୍ୟୁରୋ): ପୁଣି ଚର୍ଚ୍ଚାରେ ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ । ଗୁପ୍ତେଶ୍ୱର ପ୍ରାୟତଃ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ଚର୍ଚ୍ଚାକୁ ଆସିଥାନ୍ତି । ତେବେ ଗତର୍ବେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବେଶ ଚର୍ଚ୍ଚାକୁ ଆସିଥିଲେ । ଏଥର କିନ୍ତୁ ଏଭଳି କୌଣସି କାମ ପାଇଁ ସେ ଚର୍ଚ୍ଚାକୁ ଆସିନାହାନ୍ତି । ସେ ଜଣେ ପ୍ରବଚକ ଭାବେ ଏଥର ଚର୍ଚ୍ଚାରେ । ଗୁପ୍ତେଶ୍ୱର ପାଣ୍ଡେ ଏକ ବ୍ୟାନର ଲଗାଇ ଶ୍ରୀମଦ୍ ଭଗବତ୍ ଉପରେ ପ୍ରବଚନ ଦେଉଥିବା ଦେଖିବାକୁ ମିଳିଛି । ଏହି ବ୍ୟାନର ଗୋଟିଏ ପଟେ ରାଧା କୃଷ୍ଣଙ୍କର ଛବି ରହିଥିବା ବେଳେ ଅନ୍ୟପଟେ ଗୁପ୍ତେଶ୍ୱରଙ୍କର ଛବି ରହିଛି । ଏହାସହ ଏହି ବ୍ୟାନର ତଳେ ଜୁମ୍ ଆଇଡି ଓ ପାସୱାର୍ଡ ଲେଖା ରହିଛି ।

ତେବେ ଏହା ପ୍ରଥମ ନୁହେଁ । ସାଧାରଣତଃ ଗଣମାଧ୍ୟମରେ ଚର୍ଚ୍ଚାର ପରିସର ମଧ୍ୟକୁ ଆସିବା ପାଇଁ ଗୁପ୍ତେଶ୍ୱର ପାଣ୍ଡେ କିଛି ନା କିଛି ଏଭଳି କାମ କରନ୍ତି ଯାହାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଥାଏ । ଏହା ପୂର୍ବରୁ ସେ ଡିଜିପି ପଦରୁ ଇସ୍ତଫା ଦେଇ ନୀତିଶଙ୍କ ଜେଡିୟୁରେ ସାମିଲ ହୋଇଥିଲେ । ହେଲେ ବିହାର ନିର୍ବାଚନରେ ତାଙ୍କୁ ଟିକେଟ ନମିଳିବାରୁ ସେ ନିର୍ବାଚନ ଲଢିପାରି ନଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା