Masthead

ହାପି ବାର୍ଥ ଡେ କରିସ୍ମା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ୯୦ଦଶକର ସୁପରହିଟ ଅଭିନେତ୍ରୀ କରିସ୍ମା । ଆଜି ସେ ୪୭ବର୍ଷ ବୟସରେ ପାଦ ଥାପିଛନ୍ତି । ଦିନ ଥିଲା ବଲିଉଡ ଇଣ୍ଡଷ୍ଟ୍ରିରରେ ଚହଳ ସୃଷ୍ଟି କରିଥିଲେ କରିସ୍ମା । ୧୯୭୪ ଜୁନ୍ ୨୫ରେ ମୁମ୍ବାଇରେ ଜନ୍ମ ହୋଇଥିବା ବଲିଉଡ ଅଭିନେତ୍ରୀ କରିସ୍ମା କପୁର ଇଣ୍ଡଷ୍ଟ୍ରିରେ ବେଶ୍ ନାଁ କମାଇଛନ୍ତି। କରିସ୍ମା ଆଜି ୪୭ ତମ ଜନ୍ମ ଦିବସ ପାଳନ କରୁଛନ୍ତି। କରିସ୍ମା ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହ  ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ପରିବାରରେ ସେ ପ୍ରଥମ ଝିଅ ଯିଏକି ସବୁ ପରମ୍ପରାକୁ  ଭାଙ୍ଗି ଅଭିନୟରେ ପାଦ ରଖିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ।

ଯଦିଓ ତାଙ୍କ ପୂର୍ବରୁ ଶଶି କପୁରଙ୍କ ଝିଅ ସଞ୍ଜନା ମଧ୍ୟ ଚଳଚ୍ଚିତ୍ରରେ ପାଦ ଦେଇଥିଲେ କିନ୍ତୁ ତାହା ଅଧିକ ଦିନ ଚାଲିପାରିଲା ନାହିଁ। କରିସ୍ମା କପୁର ବର୍ତ୍ତମାନ ସିନେମାରେ ସକ୍ରିୟ ନାହାନ୍ତି | କିନ୍ତୁ ୯୦ ଦଶକରେ ସେ ଅନେକ ସୁପରହିଟ ଫିଲ୍ମ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି । ୧୭ ବର୍ଷ ବୟସରେ କରିସ୍ମା ଫିଲ୍ମ ‘ପ୍ରେମ କଏଦି’ ରେ ଅଭିନୟ ଆରମ୍ଭ କରିଥିଲେ। କରିସ୍ମାଙ୍କ ବନ୍ଧୁ ଅମୃତା ଆରୋରା ନିଜ ଇନଷ୍ଟାଗ୍ରାମରେ ଜନ୍ମଦିନର ଫଟୋ ସେୟାର କରିଛନ୍ତି। ଏହି ଫଟୋର ତାଙ୍କ ପ୍ରଶଂସକ ମାନେ କମେଣ୍ଟ ବକ୍ସରେ କରିସ୍ମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼