Masthead

ମାଟ୍ରିକ ରେଜଲ୍ଟକୁ ନେଇ ବଢ଼ୁଛି ଛାତ୍ରଛାତ୍ରୀଙ୍କ ଅସନ୍ତୋଷ

କଟକ(ବଡ଼ ଖବର ବ୍ୟୁରୋ): ମାଟ୍ରିକ ରେଜଲ୍ଟକୁ ନେଇ ବଢ଼ୁଛି ଛାତ୍ରଛାତ୍ରୀଙ୍କ ଅସନ୍ତୋଷ । ତ୍ରୁଟିପୂର୍ଣ୍ଣ ମାର୍କିଂକୁ ନେଇ ଛାତ୍ରଛାତ୍ରୀ ସ୍କୁଲ ଘେରାଉ କରିଥିବା ଦେଖିବାକୁ ମିଳିଛି । କଟକ ସରସ୍ୱତୀ ଶିଶୁ ମନ୍ଦିରରେ ଛାତ୍ରଛାତ୍ରୀ ସ୍କୁଲରେ ହୋହାଲ୍ଲା କରିବା ସହ ଶିକ୍ଷକ ମାନଙ୍କୁ ଘେରିଛନ୍ତି । ଏହି ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ବୋର୍ଡ଼ ଦେଇଥିବା ନମ୍ବରରେ ତ୍ରୁଟି ରହିଥିବା ଅଭିଯୋଗ କରିଛନ୍ତି । ସେମାନଙ୍କୁ ମିଳିଥିବା ମାର୍କ ଅନୁସାରେ ସେମାନଙ୍କୁ ଭଲ କଲେଜରେ ଯୁକ୍ତ ଦୁଇ ପଢ଼ିବା ସୁଯୋଗ ମିଳିବନିି ବୋଲି ସେମାନେ ଦର୍ଶାଇଛନ୍ତି । ଯେଉଁ କାରଣରୁ ସେମାନେ ପୁନଃ ମୂଲ୍ୟାୟନ ଦାବି କରିଛନ୍ତି । ମିଳିଥିବା ମାର୍କ ସେମାନଙ୍କ କ୍ୟାରିଅରରେ ବାଧା ସୃଷ୍ଟି କରିବ ।

ଜଣେ ଛାତ୍ରୀ ଅଭିଯୋଗ କରିଛନ୍ତି ଯେ, ବୋର୍ଡ଼ ତାଙ୍କୁ ୪୫୮ ନମ୍ବର ଦେଇଛି । ଏହା ମୋଟ ମାର୍କର ୭୬% ହେଉଛି । କିନ୍ତୁ ଯେଉଁ ଫର୍ମୁଲାରେ ତାଙ୍କର ମୁଲ୍ୟାୟନ ହୋଇଛି ତାହା ଦେଖିଲେ ସେ ମୋଟ ୫୨୩ ନମ୍ବର ରଖିବା କଥା । ତେଣୁ ବୋର୍ଡ଼ ଯେଉଁ ନମ୍ବର ଦେଇଛି ସେହିଅନୁସାରେ ତାଙ୍କୁ ଭଲ କଲେଜରେ ଆଡ଼ମିସନ ମିଳିପାରିବନି । ଯଦିଓ ମିଳିବ ସେ ତାଙ୍କ ଇଚ୍ଛା ମୁତାବକ ସାଇନ୍ସ ନେଇ ପଢ଼ିପାରିବେ ନାହିଁ । ଏଭଳି ଅନେକ ଅଭିଯୋଗ ଏବେ ମାଟ୍ରିକ ରେଜଲ୍ଟକୁ ନେଇ ଆସିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ