Masthead

ଧାମରାରୁ ସଫଳ ହେଲା ‘ଅଗ୍ନି ପ୍ରାଇମ୍’

ବାଲେଶ୍ବର (ବଡ଼ ଖବର ବ୍ୟୁରୋ): ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂସ୍ଥା ପକ୍ଷରୁ ସୋମବାର ଆଉ ଏକ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ‘ଅଗ୍ନି ପ୍ରାଇମ୍’ ନାମକ ଘାତକ ମିସାଇଲର ସଫଳ ପରୀକ୍ଷଣ ସହିତ DRDO କୁ ଆଉ ଏକ ସଫଳତା ମିଳିଛି । ଏହି ମିସାଇଲ ଅଗ୍ନି କ୍ଲାସ୍‌ର ନୂଆ ଜେନେରେସନର ଉନ୍ନତ ଧରଣର ମିସାଇଲ । ‘ଅଗ୍ନି ପ୍ରାଇମ୍’ ମିସାଇଲ ୧ ହଜାରରୁ ୨ ହଜାର କିଲୋମିଟର ଯାଏଁ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଛି ।

ସୋମବାର ସକାଳ ୧ଟା ବେଳେ ବାଲେଶ୍ବରର ଚାନ୍ଦିପୁର ସ୍ଥିତ ଡକ୍ଟର ଏପିଜେ ଅବଦୁଲ କାଲାମ କ୍ଷେପଣାସ୍ତ୍ର ଘାଟିରୁ ଏହାର ପରୀକ୍ଷଣ କରାଯାଇଥିଲା । ‘ଅଗ୍ନି ପ୍ରାଇମ୍’ ମିସାଇଲ ପରୀକ୍ଷଣ ସମୟରେ ପୂର୍ବତଟ ନିକଟରେ ଅନେକଗୁଡିଏ ଟେଲିମେଟ୍ରି ଏବଂ ରାଡାର ଲଗାଯାଇଥିଲା । ଯାହାକି ପରୀକ୍ଷଣ ସମୟରେ ମିସାଇଲ ଉପରେ ନଜର ରଖିଥିଲେ । ମିସାଇଲ ପରୀକ୍ଷଣ ଆରମ୍ଭରୁ ଏଗୁଡିକ ନଜର ରଖିଥିଲେ ।

ଏହା ପୂର୍ବରୁ ପରୀକ୍ଷଣ ହୋଇଥିବା ଅଗ୍ନି-୧ ଗୋଟିଏ ସିଙ୍ଗଲ ଷ୍ଟେଜ୍ ମିସାଇଲ ଥିଲା କିନ୍ତୁ ଅଗ୍ନି ପ୍ରାଇମ ଦୁଇ ଷ୍ଟେଜ୍ ବିଶିଷ୍ଟ ଆଡଭାନସ୍ ମିସାଇଲ । ଏହା ସହିତ ‘ଅଗ୍ନି ପ୍ରାଇମ୍’ର ଓଜର ଅଗ୍ନି-୧ ର ଓଜନ ଠାରୁ ବେଶ କମ । ୪ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରୁଥିବା ଅଗ୍ନି- IV ଏବଂ ୫ ହଜାର କିଲୋମିଟର ଯାଏଁ ଭେଦ କରିପାରୁଥିବା ଅଗ୍ନି-V ଠାରୁ ‘ଅଗ୍ନି ପ୍ରାଇମ୍’ର ଓଜନ ବହୁତ କମ । ୧୯୮୯ ମସିହାରେ ଅଗ୍ନି-୧ ର ପରୀକ୍ଷଣ କରାଯାଇଥିଲା । ଏହାପରେ ୨୦୦୪ ମସିହାରେ ଏହାକୁ ଭାରତୀୟ ସେନାରେ ସାମିଲ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା