Masthead

ନିଶା ନେଇଗଲା ଜୀବନ !

ବାରିପଦା(ବଡ଼ ଖବର) :ନିଶା କେତେବେଳେ କାହାର ଜୀବନ ନେଇଯିବ ଏକଥା କେହିବି ଜାଣି ନଥାଏ । ନିଶା ଏମିତି ଏକ ଶବ୍ଦ ଯାହାକୁ ପରଖି ପାରି ନଥାନ୍ତି ସମସ୍ତେ । ଆଉ ଅନ୍ଧ ହୋଇଯାଆନ୍ତି ଏହାର ପ୍ରତି ସେବନରେ । ଆଉ ଶେଷରେ ଏହି ନିଶା ହିଁ ନେଇଥାଏ ଜୀବନ । ଆଜି ନିଶା ପାଇଁ ଚାଲିଯାଇଛି ଆଉ ଏକ ଜୀବନ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ସୁଣ୍ଡଳ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ସୁଣ୍ଡଳ ଗାଁରେ ରୁହନ୍ତି ନିରଞ୍ଜନ ଓ ତାଙ୍କ ପରିବାର । ବେଶ ହସ ଖୁସିରେ ଚାଲୁଥିଲା ନିରଞ୍ଜନଙ୍କ ପରିବାର ,ହେଲେ ପ୍ରତ୍ୟେକ ଦିନ ନିଶା ଖାଇ ଘରକୁ ଫେରନ୍ତି ନିରଞ୍ଜନ,ଯେଉଁ କଥାକୁ ସମ୍ପୁର୍ଣ ବିରୋଧ କରନ୍ତି ଉଭୟ ସ୍ତ୍ରୀ ଓ ପୁଅ । ହେଲେ କୌଣସି ଫରକ ପଡୁନଥିଲା ନିରଞ୍ଜନଙ୍କ ଉପରେ । ପୁଣି ପର ଦିନ ନିଶା ସେବନ କରି ଫେରିଥିଲେ ଘରକୁ ।

ସବୁଦିନ କିନ୍ତୁ ନଥିଲା ସମାନ । ସୋମବାର ରାତିରେ ପୁଣି ନିଶା ସେବନ କରି ଘରକୁ ଫେରିଥିଲେ ନିରଞ୍ଜନ,ଆଉ ପୁର୍ବ ପରି ନିଶା ଖାଇବାକୁ ବାରଣ କରି ନିରଞ୍ଜନଙ୍କୁ ବୁଝାଇଥିଲେ ଉଭୟ ସ୍ତ୍ରୀ ଓ ପୁଅ ।ବୁଝାମଣାକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା ବଚସା, ଆଉ ଏହି ବଚସାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ହୋଇଥିଲା ହାତା ହାତି, ଶେଷରେ ରାଗର ବଶବର୍ତ୍ତୀ ହୋଇ ସମ୍ପର୍କର ସବୁ ସୀମା ଭୁଲିଗଲେ ସ୍ତ୍ରୀ ଓ ପୁଅ । ମରଣାନ୍ତକ ଭାବେ କରିଚାଲିଲେ ଅତର୍କିତ ଆକ୍ରମଣ ।

ଶେଷରେ ସ୍ତ୍ରୀ ଓ ପୁଅ ବାଡେଇ ବାଡେଇ ମାରିଦେଲେ ନିରଞ୍ଜନଙ୍କୁ । ସକାଳୁ ସକାଳୁ ଘରଭିତରୁ ଝୁଲନ୍ତା ମୃତ ଦେହ ମିଳିଥିଲା ନିରଞ୍ଜନଙ୍କର । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ ଆଉ ଆରମ୍ଭ କରିଥିଲା ତଦନ୍ତ । ନିରଞ୍ଜନଙ୍କ ଝିଅର ଅଭିଯୋଗ ଆଧାରରେ ପୋଲିସ ଉଭୟ ସ୍ତ୍ରୀ ଓ ପୁଅକୁ ଅଟକ ରଖିଥିବା ବେଳେ , ତଦନ୍ତ ପରେ ଘଟଣାର ସ୍ପଷ୍ଟୀକରଣ ହେବ ବୋଲି ସୂଚନା ଦେଇଛନ୍ତି । ନିଶା କିଭଳି ପରିବାର ତଥା ରକ୍ତ ସମ୍ପର୍କରେ ଦାଗ ଲଗାଏ ଏଥିରୁ ଆପଣ ସ୍ପଷ୍ଟ ହୋଇପାରିଥିବେ, ତେଣୁ ଏବେଠୁ ହୋଇ ଯାଆନ୍ତୁ ସଯାଗ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା