Masthead

ଭାରତୀୟ ରେଳବାଇ: ଆୟ ଏବଂ ମାଲ ପରିବହନରେ ରେକର୍ଡ

(ବଡ଼ ଖବର ବ୍ୟୁରୋ): କରୋନା କାଳରେ ମଧ୍ୟ ଭାରତୀୟ ରେଳ ବିଭାଗ ରୋଜଗାର ଏବଂ ମାଲ ପରିବହନର ଅଭିବୃଦ୍ଧି ବଜାୟ ରଖିଛି । ଜୁନ ୨୦୨୧ରେ ରେଳବାଇ ୧୧୨.୬୫ ନିୟୁତ ଟନ ମାଲ ପରିବହନ କରିଥିଲା । ଯାହା ଜୁନ ୨୦୧୯ (୧୦୧.୩୧ ମିଲିୟନ ଟନ) ତୁଳନାରେ ୧୧.୧୯ ପ୍ରତିଶତ ବୃଦ୍ଧି ଘଟିଛି । ସେ ଅମ୍ଳଜାନ ଏକ୍ସପ୍ରେସ ହେଉ କିମ୍ବା ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ଆଣିବା ପାଇଁ ହେଉ ଭାରତୀୟ ରେଳବାଇ କରୋନା ମିଶନ ମୋଡରେ କାର୍ଯ୍ୟ କରୁଥିଲା । ବର୍ତ୍ତମାନ ଭାରତୀୟ ରେଳ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ସେପ୍ଟେମ୍ବର ୨୦୨୦ରୁ ଜୁନ ୨୦୨୧ ପର୍ଯ୍ୟନ୍ତ କ୍ରମାଗତ ୧୦ ମାସ ମଧ୍ୟରେ ରେଳବାଇ ସର୍ବାଧିକ ମାଲ ପରିବହନ କରି ରେକର୍ଡ ସୃଷ୍ଟି କରିଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ରେଳ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି, କରୋନା ଚ୍ୟାଲେଞ୍ଚ ସ୍ୱତ୍ତେ୍ୱ ଜୁନ ୨୦୨୧ରେ ଭାରତୀୟ ରେଳ ଆୟ ଏବଂ ମାଲ ପରିବହନରେ ଅଭିବୃଦ୍ଧି ବଜାୟ ରଖିଛି । ଜୁନ ୨୦୨୧ରେ ରେଳବାଇ ୧୧୨.୬୫ ନିୟୁତ ଟନ ମାଲ ପରିବହନ କରିଥିଲା । ଯାହା ଜୁନ ୨୦୧୯ (୧୦୧.୩୧ ମିଲିୟନ ଟନ) ତୁଳନାରେ ୧୧.୧୯ ପ୍ରତିଶତ ଅଧିକ ଅଟେ । ଜୁନ ୨୦୨୦ (୯୩.୫୯ ନିୟୁତ ଟନ) ତୁଳନାରେ ଏହି ମାଲ ପରିବହନ ୨୦.୩୭ ପ୍ରତିଶତ ଅଧିକ ଥିଲା ।

ଜୁନ ୨୦୨୧ରେ ମାଲ ପରିବହନ ୧୧,୧୮୬.୮୧ କୋଟି ଟଙ୍କା ଆୟ କରିଥିଲା । ଗତ ବର୍ଷ ଅର୍ଥାତ ଜୁନ ୨୦୨୦ ତୁଳନାରେ ଏହା ୨୬.୭ ପ୍ରତିଶତ ଅଧିକ ଥିଲା । ଜୁନ ୨୦୨୦ରେ ମାଲ ପରିବହନ ୮, ୮୨୯୩.୬୮ କୋଟି ଟଙ୍କା ହୋଇଥିବା ବେଳେ ଜୁନ ୨୦୧୯ରେ ପରିବହନରୁ ୧୦,୭୦୭.୫୩ କୋଟି ଟଙ୍କା ରୋଜଗାର କରାଯାଇଛି ।

ଜୁନ ୨୦୨୦ରେ ରେଳ ପରିବହନ ୫୦.୦୩ ନିୟୁତ ଟନ କୋଇଲା, ୧୪.୫୩ ନିୟୁତ ଟନ ଲୌହ-ପଥର, ୫.୫୩ ମିଲିୟନ ଟନ ଲୌହ ଏବଂ ଇସ୍ପାତ, ୪.୭୧ ମିଲିୟନ ଟନର ସାର, ୩.୬୬ ମିଲିୟନ ଟନର ଖଣିଜ ତୈଳ, ଏହା ବ୍ୟତୀତ ୬.୫୯ ନିୟୁତ ଟନ ସିମେଣ୍ଟ ମଧ୍ୟ ପରିବହନ କରିଥିଲା ।

ଏହା ସହିତ ରେଳବାଇ ବିଦ୍ୟମାନ ନେଟୱାର୍କରୁ ସାମଗ୍ରୀ ଟ୍ରେନର ଗତି ମଧ୍ୟ ବୃଦ୍ଧି ପାଇଛି । ଏହି ସବୁ କାରଣରୁ, ଗତ ୧୯ ମାସ ମଧ୍ୟରେ ମାଲ ପରିବହନ ଦ୍ୱିଗୁଣିତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ