Masthead

ଭବିଷ୍ୟତର ଚ୍ୟାଲେଞ୍ଜ ପାଇଁ ଡ୍ରୋନ ପ୍ରତିରକ୍ଷା କିଣିବ ଭାରତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନୂଆ ଫର୍ମାଟ ଆପଣାଉଛନ୍ତି ଆତଙ୍କବାଦୀ । ଏବେ ଡ୍ରୋନ ମାଧ୍ୟମରେ ଭାରତ ଉପରକୁ ଆକ୍ରମଣ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । କିଛି ଦିନ ତଳେ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ଦ୍ୱାରା ଡ୍ରୋନ ବ୍ୟବହାର କରି ଜମ୍ମୁରେ ଥିବା ଭାରତୀୟ ଏୟାର ବେସ ଉପରକୁ ଡ୍ରୋନ ଆକ୍ରମଣ ପରେ ଏବେ ଏହାକୁ ନେଇ ଅଧିକ ସତର୍କ ହେଉଛି ଭାରତୀୟ ସେନା । ଭବିଷ୍ୟତରେ ଏଭଳି ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ଇସ୍ରାଇଲ ଠାରୁ ଡ୍ରୋନ ପ୍ରତିରକ୍ଷା ବ୍ୟବସ୍ଥା କିଣିବ ଭାରତୀୟ ସେନା ।

ଇସ୍ରାଇଲ ଏୟାରସ୍ପେଶ ଇଣ୍ଡଷ୍ଟ୍ରିଜଠାରୁ ଭାରତ ଏଲି-୪୦୩୦ ଡ୍ରୋନ ଗାର୍ଡ଼ ସିଷ୍ଟମ କିଣିବାକୁ ବୁଝାମଣା ହୋଇଥିବା ଜଣାପଡ଼ିଛି । ଆଇଏଆଇର ରିପୋର୍ଟ ମୁତାବକ ଏକ ଦକ୍ଷିଣ ଏସିୟ ଦେଶକୁ ଏଲି-୪୦୩୦ ବିକ୍ରି କରିଛି । ତେବେ ଏହି ଦକ୍ଷିଣ ଦେଶ ଭାରତ ବୋଲି କୁହାଯାଉଛି । ଇସ୍ରାଏଲର ଏହି ଡ୍ରୋନ ପ୍ରତିରକ୍ଷା ବ୍ୟବସ୍ଥା ସ୍ବଳ୍ପ, ମଧ୍ୟମ ଓ ଦୂରଗାମୀ ରେଞ୍ଜ ସହ ଆସୁଛି । ଏହା ଯେକୌଣସି ଡ୍ରୋନକୁ ଆକାଶ ମାର୍ଗରେ ହିଁ ଧ୍ବଂସ କରିବାକୁ ସକ୍ଷମ । ଏହି ବ୍ୟବସ୍ଥାକୁ ସେନାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନରେ ମୁତୟନ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର