Masthead

ସାଂସଦଙ୍କୁ ବିମାନରେ ନେଲେ ପାଇଲଟ ସାଂସଦ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଡିଏମ୍‌କେ ସାଂସଦ ଦୟାନିଧି ମାରନ୍‌ ନିଜ ସହ ଶୁକ୍ରବାର ଘଟିଥିବା ଏକ ସ୍ମରଣୀୟ ଘଟଣା ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି। ମାରନ୍‌ ସଂସଦୀୟ ଆକଳନ କମିଟିର ଏକ‌ ବୈଠକରେ ଯୋଗ ଦେବାପାଇଁ ଦିଲ୍ଳୀ ଆସିଥିଲେ। ସେ ଦିଲ୍ଲୀରୁ ଚେନ୍ନାଇକୁ ଯିବାପାଇଁ ଏକ ଇଣ୍ଡିଗୋ ବିମାନରେ ଯାତ୍ରା କରିଥିଲେ। ତେବେ ମାରନ୍‌ଙ୍କୁ ସୁରକ୍ଷିତ ଭାବେ ଦିଲ୍ଲୀରୁ ଚେନ୍ନାଇ ନେଇ ପହଞ୍ଚାଇଥିବା ପାଇଲଟ୍‌ ଜଣଙ୍କ ମଧ୍ୟ ଜଣେ ସାଂସଦ। ସେ ଆଉ କେହି ନୁହନ୍ତି, ମାରନ୍‌ଙ୍କ ସଂସଦୀୟ ସହକର୍ମୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡି । ମାରନ୍‌ କହିଛନ୍ତି , ‘ ଏହି ବିମାନ ଯାତ୍ରା ତାଙ୍କ ପାଇଁ ସ୍ମରଣୀୟ ରହିବ’। ବିମାନରେ ମାରନ୍‌ଙ୍କୁ ଦେଖିବାପରେ ସାଂସଦ ରୁଡ୍ଡି କହିଥିଲେ, ଆପଣ ବି ଏହି ବିମାନରେ ଯାତ୍ରା କରୁଛନ୍ତି।

ମାରନ୍‌ ରୁଡ୍ଡିଙ୍କୁ ଚିହ୍ନି ପାରିନଥିଲେ। ଯଦିଓ କଣ୍ଠ ଚିହ୍ନା ଲାଗୁଥିଲା କିନ୍ତୁ ମୁହଁରେ ମାସ୍କ ଲାଗିଥିବାରୁ ମାରନ୍‌ ତାଙ୍କୁ ଚିହ୍ନି ପାରିନଥିଲେ। ତେବେ ରୁଡ୍ଡିଙ୍କୁ ଅତି ଭଲଭାବେ ଦେଖିବାପରେ ମାରନ୍‌ ବିସ୍ମିତ ହୋଇପଡ଼ିଥିଲେ।। ମାତ୍ର ୨ ଘଣ୍ଟା ପୂର୍ବରୁ ଦୁହେଁ ସଂସଦୀୟ ଆକଳନ କମିଟିରେ ଆଲୋଚନା କରୁଥିଲେ। ଆଉ ଏବେ ସେ ବିମାନର କ୍ୟାପଟେନ୍‌ ଭାବେ ତାଙ୍କୁ ଚେନ୍ନାଇ ନେଇଯିବାକୁ ପ୍ରସ୍ତୁତ‌। ଏକଥାକୁ ସେ ବିଶ୍ବାସ କରିପାରିନଥିଲେ। ମାରନ୍‌ ତାଙ୍କର ଏହି ବିମାନ ଯାତ୍ରା ସମ୍ପର୍କରେ ଟ୍ବିଟ୍‌ କରିଛନ୍ତି ଏବଂ ଦିଲ୍ଲୀରୁ ଚେନ୍ନାଇ ସୁରକ୍ଷିତ ଯାତ୍ରା ପାଇଁ ରୁଡି ରୁଡ୍ଡିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାଂସଦ ରୁଡ୍ଡି ଏ୩୨୦-୩୨୧ ବିମାନ ଉଡ଼ାଉଛନ୍ତି । ୨୦୦୩ରେ ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିଲେ। ଲୋକସଭାରେ ସେ ଏବେ ଚତୁର୍ଥ ଥର ପାଇଁ ସାଂସଦ ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି