Masthead

କାଶୀରେ ମୋଦି, ଫୁଙ୍କିଲେ ନିର୍ବାଚନୀ ବିଗୁଲ

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ): ୮ ମାସ ପରେ କାଶୀ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ବିଶ୍ୱନାଥଙ୍କ ଦର୍ଶନ କରିଛନ୍ତି ମୋଦି । ତେବେ ଆଗକୁ ଉତ୍ତରପ୍ରଦେଶ ନିର୍ବାଚନ ଆସୁଥିବାରୁ ଏହି ଗସ୍ତକୁ ନିର୍ବାଚନୀ ବିଗୁଲ ବୋଲି କହିଛନ୍ତି ଅନେକ ରାଜନୈତିକ ବିଶେଷଜ୍ଞ । କାରଣ ଏହି ଗସ୍ତ ସହ ଯୋଗୀ ସରକାରଙ୍କର ଉଚ୍ଚ ପ୍ରଶଂସା କରିବା ସହ ପ୍ରମୁଖ ବିରୋଧିଙ୍କ ଉପରେ ବର୍ଷିଛନ୍ତି । ମୋଦିଙ୍କ ପରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଜୁଲାଇ ୧୬ରେ ଉତ୍ତରପ୍ରଦେଶ ଗସ୍ତ କରିବେ । ବହୁଜନ ସମାଜ ପାର୍ଟି ନିର୍ବାଚନ ପାଇଁ ବୈଠକ ପରେ ବୈଠକ କରିବାରେ ଲାଗିଛି ।

ରାଜ୍ୟରେ ପୁଣି କ୍ଷମତାକୁ ଫେରିବାକୁ ଉଦ୍ୟମ ଚଳାଇଛି ବିଜେପି । ସେପଟେ ବିଜେପିକୁ ଚେକ ଦେବାପାଇଁ ରଣନୀତିକାର ପ୍ରଶାନ୍ତ କିଶୋର ବି ଲାଗି ପଡ଼ିଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏବେ ନିୟମିତ ଉତ୍ତରପ୍ରଦେଶ ଗସ୍ତ କରିବାକୁ ମଧ୍ୟ ସୂଚି ପ୍ରସ୍ତୁତ କରିସାରିଛନ୍ତି । କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି, ଅମିତ ଶାହ ଓ ଜେ.ପି.ନଡ୍ଡା ମଧ୍ୟ ଏଥିରେ ସାମିଲ ହେବେ । ରାଜ୍ୟର ବଡ଼ ବଡ଼ ପ୍ରକଳ୍ପର ଉଦଘାଟନ ତଥା ଶିଳାନ୍ୟାସ ପାଇଁ ବି ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରୀତ କରିବାକୁ ଯୋଜନା କରୁଛି ଉତ୍ତରପ୍ରଦେଶ ବିଜେପି ।

ସେହିପରି ସପା ପୁଣି କ୍ଷମତାକୁ ଫେରିବା ପାଇଁ କେନ୍ଦ୍ର ସରକାର ତଥା ରାଜ୍ୟରେ ହେଉଥିବା ଆନ୍ଦୋଳନକୁ ନିର୍ବାଚନ ପ୍ରଚାର କରିବ ବୋଲି ଜଣାପଡ଼ଛି । ଦରଦାମ ବୃଦ୍ଧି, ନାରୀ ନିର୍ଯ୍ୟାତନା, ପୋଲିସ ବର୍ବରତା ହେବ ସପାର ମୁଖ୍ୟ ଅସ୍ତ୍ର । ଯୁବ ଓ ଛାତ୍ର ମାନଙ୍କୁ ଅଖିଳେଶ ଯାଦବ ସକ୍ରିୟ କରାଇଛନ୍ତି ।

କଂଗ୍ରେସ ମଧ୍ୟ ପ୍ରିୟଙ୍କା ଗାନ୍ଧିଙ୍କ ନେତୃତ୍ୱରେ ଲଢ଼ିବା ପାଇଁ ଏକ ପ୍ରକାର ମନସ୍ତ କରିସାରିଛି । ଏଣୁ କଂଗ୍ରେସ ମଧ୍ୟ ତୈଳଦର ବୃଦ୍ଧି, ମୁଦ୍ରାସ୍ପିତି, ଅତ୍ୟାବଶକୀୟ ସାମଗ୍ରୀ ମୂଲ୍ୟ ବୃଦ୍ଧି, ଆଇନଶୃଙ୍ଖଳା ଓ କରୋନା ଭାଇରସ ମହାମାରୀ ଟିକାକରଣ ପ୍ରସଙ୍ଗରେ ଲକ୍ଷ୍ମୌରୁ ନିର୍ବାଚନ ବିଗୁଲ ଫୁଙ୍କିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥର ପ୍ରଥମରୁ ପ୍ରିୟଙ୍କାଙ୍କୁ ନେଇ କଂଗ୍ରେସ ସଡ଼କକୁ ଓହ୍ଲାଇବାକୁ ଯୋଜନା କରିଛି। ଯାହା କେବଳ ରାଜ୍ୟ ନୁହେଁ ଦେଶରେ କଂଗ୍ରେସକୁ ନୂଆ ଉତ୍ସାହ ଦେବ ବୋଲି ନେତା ଓ କର୍ମୀମାନେ ଆଶାବାନ୍ଧିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି