Masthead

ମୁମ୍ବାଇରେ ଭୂସ୍ଖଳନ : ୩୨ ମୃତ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ମୁମ୍ବାଇରେ ବଡ଼ ଧରଣର ଅଘଟଣ । ରାତି ସାରା ଲଗାଣ ବର୍ଷା ଯୋଗୁ ଭୂସ୍ଖଳନ ଘଟି କେତେକ ଘର ଭୁଶୁଡ଼ି ପଡ଼ିଛି । ତା ସହ ୩୦ ଜଣଙ୍କର ମୃତ୍ୟୁ ଘଟିଛି । ବଜ୍ରପାତରେ ୨ ଜଣଙ୍କର ଜୀବନ ଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ସହରର ଅନେକ ଅଞ୍ଚଳ ପାଣିରେ ବୁଡ଼ି ରହିଛି । ଫଳରେ ରବିବାର ଦିନ ବିଭିନ୍ନ ରାସ୍ତାରେ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏଥିସହିତ ଆର୍ଥିକ ରାଜଧାନୀରେ ଲୋକାଲ୍‌ ଟ୍ରେନ ସେବା ବ୍ୟାହତ ହୋଇଛି।

ପ୍ରବଳ ବର୍ଷା କାରଣରୁ ୱେଷ୍ଟର୍ଣ୍ଣ ରେଲୱେ ଏବଂ ସେଣ୍ଟ୍ରାଲ ରେଲୱେ ପକ୍ଷରୁ କିଛି ସମୟ ପାଇଁ ଲୋକାଲ୍ ଟ୍ରେନ ସେବାକୁ ବନ୍ଦ ରଖାଯାଇଛି। ସେହିଭଳି ଅନେକ ଦୂରଗାମୀ ଟ୍ରେନକୁ ବାଟରେ ଅଟକାଯାଇଛି । ପାହାଡ଼ ତଳେ ଥିବା କେତେକ ଘର ଉପରେ ଭୂସ୍ଖଳନ ହେବାଦ୍ବାରା ୨୨ ଜଣ ଲୋକଙ୍କ ଜୀବନ ଯାଇଛି। ରାତି ପ୍ରାୟ ଗୋଟାଏରେ ମୁମ୍ବାଇ ମହୁଲ ଅଞ୍ଚଳର ଭରତନଗର ଅଞ୍ଚଳରେ ଏହି ଅଘଟଣ ଘଟିଛି। ଏଥିରେ ୭ ଜଣ ଆହତଙ୍କୁ ସ୍ଥାନୀୟ ରାଜୱାଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିଭଳି ବିକ୍ରୋଲି ଅଞ୍ଚଳରେ ଗୋଟିଏ ଛୋଟ ଘର ଭୂଶୁଡ଼ି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ରାତି ପ୍ରାୟ ୨ଟା ୩୦ ମିନିଟରେ ଏହି ଅଘଟଣ ଘଟିଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ଏଥିରେ ୨ ଜଣ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ଷା ବିପର୍ଯ୍ୟୟର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସୋମବାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଅନେକ ଧନଜୀବନ କ୍ଷତି ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ବ୍ୟକ୍ତ କରିଛନ୍ତି। ଏଥିସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ମୃତକଙ୍କ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ