Masthead

ପାଇଖାନା ବାବଦକୁ ଆସିଥିବା ଅର୍ଥ ହଡ଼ପ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ସରକାର ଲୋକଙ୍କୁ ପାଇଖାନା ଯୋଗାଇଛନ୍ତି । କିନ୍ତୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ବ୍ୟାପକ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି । ପାଇଖାନା ବାବଦକୁ ଆସିଥିବା ଅର୍ଥରାଶିକୁ ହଡ଼ପ କରାଯାଇଥିବା ବେଳେ ବାସ୍ତବରେ କୌଣସି ପାଇଖାନା ନିର୍ମାଣ କରାଯାଇନାହିଁ । ମାନବାଧିକାରୀ କର୍ମୀ ହିମାଂଶୁ ଶେଖର ନାୟକଙ୍କ ଅଭଯୋଗ ଆଧାରରେ ଲୋକାୟୁକ୍ତ ଚାନ୍ଦବାଲି ବିଡିଓ, ଜୁନିୟର ଇଂଞ୍ଜିନିୟର, ସରପଞ୍ଚ, ପଞ୍ଚାୟତ ଏଜୁକ୍ୟୁଟିଭ ଅଫିସର ଏବଂ ଗ୍ରାମ ରୋଜଗାର ସେବକଙ୍କୁ ରିପୋର୍ଟ ତଲବ କରିଛନ୍ତି ।

ଆସନ୍ତା ଶୁଣାଣି ପୂର୍ବରୁ ସେମାନେ ନିଜର ମତାମତ ରଖିବାକୁ କୁହାଯାଇଛି । ଚାନ୍ଦବାଲି ବ୍ଲକରେ ୯ ଶହରୁ ଅଧିକ ହିତାଧିକାରୀ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ପାଇଥିଲେ । କିନ୍ତୁ ସେଥିରୁ ୧୯୧ ହିତାଧିକାରୀଙ୍କୁ କୌଣସି ପାଇଖାନା ମିଳିନଥିବା ବେଳେ ସେମାନଙ୍କ ଟଙ୍କାରୁ ହରିଲୁଟ କରାଯାଇଥିଲା । ୧୯୧ ଜଣଙ୍କ ନାଁ ରେ ଆସିଥିବା ପ୍ରାୟ ୨୩ ଲକ୍ଷ ଟଙ୍କା ଟଙ୍କାକୁ ଚଳୁ କରିଦେଇଥିଲେ । ପାଇଖାନା ପାଇନଥିବା ବ୍ୟକ୍ତି ବ୍ଲକ ଅଫିସକୁ ଯାଇ ସେନାଙ୍କୁ କ’ଣ ପାଇଁ ପାଇଖାନା ମିଳିନଥୁଲା ସେ ବିଷୟରେ ପଚରାଉଚରା କରିଥିଲେ ।

ଏନେଇ ଲୋକାୟୁକ୍ତଙ୍କୁ ଜଣାଯିବା ପରେ ଲୋକାୟୁକ୍ତ ୫ଜଣ ହିତାଧିକାରୀଙ୍କ ଚୁକ୍ତିନାମା ମାଗିଥିଲେ। ୫ଜଣ ହିତାଧିକାରୀଙ୍କୁ ପାଇଖାନା ମିଳିନଥିବା ସେ ଜଣାଇଥିଲେ । ଏହି ବିଷୟରେ ଲୋକାୟୁକ୍ତ ପରଖିବା ପରେ ଚାନ୍ଦବାଲି ବିଡିଓ ଓ ଅନ୍ୟମାନଙ୍କୁ ରିପୋର୍ଟ ତଲବ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ