Masthead

ପାଇଖାନା ବାବଦକୁ ଆସିଥିବା ଅର୍ଥ ହଡ଼ପ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ସରକାର ଲୋକଙ୍କୁ ପାଇଖାନା ଯୋଗାଇଛନ୍ତି । କିନ୍ତୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ବ୍ୟାପକ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି । ପାଇଖାନା ବାବଦକୁ ଆସିଥିବା ଅର୍ଥରାଶିକୁ ହଡ଼ପ କରାଯାଇଥିବା ବେଳେ ବାସ୍ତବରେ କୌଣସି ପାଇଖାନା ନିର୍ମାଣ କରାଯାଇନାହିଁ । ମାନବାଧିକାରୀ କର୍ମୀ ହିମାଂଶୁ ଶେଖର ନାୟକଙ୍କ ଅଭଯୋଗ ଆଧାରରେ ଲୋକାୟୁକ୍ତ ଚାନ୍ଦବାଲି ବିଡିଓ, ଜୁନିୟର ଇଂଞ୍ଜିନିୟର, ସରପଞ୍ଚ, ପଞ୍ଚାୟତ ଏଜୁକ୍ୟୁଟିଭ ଅଫିସର ଏବଂ ଗ୍ରାମ ରୋଜଗାର ସେବକଙ୍କୁ ରିପୋର୍ଟ ତଲବ କରିଛନ୍ତି ।

ଆସନ୍ତା ଶୁଣାଣି ପୂର୍ବରୁ ସେମାନେ ନିଜର ମତାମତ ରଖିବାକୁ କୁହାଯାଇଛି । ଚାନ୍ଦବାଲି ବ୍ଲକରେ ୯ ଶହରୁ ଅଧିକ ହିତାଧିକାରୀ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ପାଇଥିଲେ । କିନ୍ତୁ ସେଥିରୁ ୧୯୧ ହିତାଧିକାରୀଙ୍କୁ କୌଣସି ପାଇଖାନା ମିଳିନଥିବା ବେଳେ ସେମାନଙ୍କ ଟଙ୍କାରୁ ହରିଲୁଟ କରାଯାଇଥିଲା । ୧୯୧ ଜଣଙ୍କ ନାଁ ରେ ଆସିଥିବା ପ୍ରାୟ ୨୩ ଲକ୍ଷ ଟଙ୍କା ଟଙ୍କାକୁ ଚଳୁ କରିଦେଇଥିଲେ । ପାଇଖାନା ପାଇନଥିବା ବ୍ୟକ୍ତି ବ୍ଲକ ଅଫିସକୁ ଯାଇ ସେନାଙ୍କୁ କ’ଣ ପାଇଁ ପାଇଖାନା ମିଳିନଥୁଲା ସେ ବିଷୟରେ ପଚରାଉଚରା କରିଥିଲେ ।

ଏନେଇ ଲୋକାୟୁକ୍ତଙ୍କୁ ଜଣାଯିବା ପରେ ଲୋକାୟୁକ୍ତ ୫ଜଣ ହିତାଧିକାରୀଙ୍କ ଚୁକ୍ତିନାମା ମାଗିଥିଲେ। ୫ଜଣ ହିତାଧିକାରୀଙ୍କୁ ପାଇଖାନା ମିଳିନଥିବା ସେ ଜଣାଇଥିଲେ । ଏହି ବିଷୟରେ ଲୋକାୟୁକ୍ତ ପରଖିବା ପରେ ଚାନ୍ଦବାଲି ବିଡିଓ ଓ ଅନ୍ୟମାନଙ୍କୁ ରିପୋର୍ଟ ତଲବ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି