Masthead

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୋଡ଼ିଦେଲ ଘର

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଲଙ୍କାକାଣ୍ଡ। ବଲାଙ୍ଗିର ଜିଲ୍ଲା ଆଇଁଲାସାରି ଗାଁରେ ୫ ପରିବାରର ଘର ପୋଡ଼ି ଦେବା ସହ ଲକ୍ଷାଧିକ ଟଙ୍କାର ସମ୍ପତି କ୍ଷତି ହୋଇଛି। ଉତ୍ତେଜନା ଲାଗି ଗାଁରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ଅନ୍ୟପଟେ ଘଟଣାରେ ୩୨ ଜଣକୁ ପୋଲିସ ଅଟକ ରଖିବା ପ୍ରତିବାଦରେ ଗାଁ ଲୋକେ ଏସପି ଅଫିସ୍ ଘେରାଉ କରି ରାସ୍ତାରୋକ କରିଛନ୍ତି।

ଘରର ଆସବାବପତ୍ର ପୋଡ଼ି ଛାରଖାର। ତାସହ ଅଙ୍ଗନୱାଡ଼ି କେନ୍ଦ୍ରର କାଗଜ ପତ୍ର ମଧ୍ୟ ପୋଡ଼ି ପାଉଁଶ। ଘଟଣାରେ ଲକ୍ଷାଧିକ ଟଙ୍କାର ସମ୍ପତି କ୍ଷତି ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଆଇଁଲାସାରି ଗାଁରେ। ଗାଁର କମ୍ପାଉଣ୍ଡର ଚନ୍ଦନଙ୍କ ଦୁଇ ପରିବାର ଓ ନିରଞ୍ଜନ ବନଛୋରଙ୍କ ୩ ପରିବାରର ଘର ଦ୍ବାର ଗାଁ ଲୋକେ ପୋଡି ଦେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତ ପରିବାର। ମଙ୍ଗଳବାର ରାତିରେ ଗାଁର ଶହ ଶହ ଲୋକ ଆସି ଜିନିଷ ପତ୍ର ଭଙ୍ଗାରୁଜା କରିବା ସହ ୫ ଘର ପୋଡ଼ି ଦେଇଛନ୍ତି।

ଏ ଘଟଣାରେ ପୁଇଁନ୍ତଲା ପୋଲିସ ୩୨ ଜଣକୁ ଥାନାରେ ଅଟକ ରଖିଛି। ହେଲେ ଉତ୍ତେଜନା ଲାଗି ରହିଥିବାରୁ ଗାଁରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ଶୁଣନ୍ତୁ ଘଟଣା ନେଇ କଣ କହୁଛନ୍ତି ପୀଡ଼ିତ ପରିବାର। ଅନ୍ୟପଟେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଉତ୍ୟକ୍ତ ଗ୍ରାମବାସୀ ଏସପି ଅଫିସ ଘେରାଉ କରିଥିଲେ। ଅଟକ ୩୨ ଜଣକୁ ଛାଡ଼ିବା ପ୍ରତିବାଦରେ ଏସପି ଅଫିସ୍ ସମ୍ମୁଖରେ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରୋକ କରିଛନ୍ତି। ଏଥିରେ ଗାଁର ଶତାଧିକ ମହିଳା ପୁରୁଷ ସାମିଲ ହୋଇ ପୋଲିସ ବିରୋଧୀ ନାରାବାଜି କରୁଛନ୍ତି।

ସେମାନଙ୍କ ଅଭିଯୋଗ ବନ୍ଧ ନିଲାମକୁ ନେଇ ନିରଞ୍ଜନ ବନଛୋର୍ ଓ କମ୍ପାଉଣ୍ଡର ଚନ୍ଦନ ଗାଁ ଲୋକଙ୍କୁ ମାଡ ମରାଉଥିବା କହିଛନ୍ତି। ଘଟଣା ନେଇ ଏସପି ସମ୍ମୁଖରେ ରାସ୍ତା ରୋକ ଲାଗି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅଟକ ଲୋକଙ୍କୁ ନ ଛାଡ଼ିବା ଯାଏ ଆନ୍ଦୋଳନ ଜାରି ରଖିବାକୁ ଆନ୍ଦୋଳନକାରୀ ଅଡ଼ି ବସିଛନ୍ତି। ସେପଟେ ଏନେଇ ପୋଲିସ ପକ୍ଷରୁ କାହାରି ପ୍ରତିକ୍ରିୟା ମିଳିପାରିନାହିଁ। ଏପରିକି ଏସପି ନୀତିନ କୁସଲକର ଅଫିସ ଆଗରେ ଉତ୍ତେଜନା ସମୟରେ ଉପସ୍ଥିତ ରହି ଥିଲେ ମଧ୍ୟ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ। ସେପଟେ ପୀଡ଼ିତ ପରିବାର ନା ଗ୍ରାମ ବାସି ସତ କହୁଛି ତାହା ପୋଲିସର ପ୍ରକୃତ ତଦନ୍ତ ପରେ ଜଣାପଡ଼ିବ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା