Masthead

ପେଗାସସ ବିବାଦ: କିଏ କରୁଛି ଫୋନ ହ୍ୟାକ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ପେଗାସସ ସବୁଆଡ଼େ ଏବେ ଚର୍ଚ୍ଚାର ପରିସର ମଧ୍ୟରେ ରହିଛି । ବାରମ୍ବାର ଏହି ସଫୱେରକୁ ନେଇ କମ୍ପାନୀକୁ ଦୋଷ ମଧ୍ୟ କରାଯାଉଛି । ସେପଟେ ଏହି ସ୍ପାଇ ୱେୟାର କେବଳ ସରକାର ବ୍ୟବହାର କରିପାରିବାର ବ୍ୟବସ୍ଥା ଥିବା ବେଳେ, ଶତାଧିକ ଫୋନ ନମ୍ବର କିପରି ହ୍ୟାକ ହେଲା ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ହ୍ୟାକ ହୋଇଥିବା ଫୋନ ନମ୍ବରରେ ମଧ୍ୟରେ ସାମିଲ ରହିଛି ଅନେକ ଆଇନଜୀବୀ, ସରକାରୀ କର୍ମଚାରୀ, ସାମାଜିକ କର୍ମୀଙ୍କ ସମେତ ୩୦୦ରୁ ଅଧିକ ନମ୍ବର।

ଏହି ଡାଟାବେସରେ ଥିବା ତାଲିକାରେ ରହିଛନ୍ତି, ୪୦ରୁ ଅଧିକ ସାମ୍ବାଦିକ, ୩ ପ୍ରମୁଖ ବିରୋଧୀ ଦଳ ନେତା, ଜଣେ ସାମ୍ବିଧାନିକ ବିଶେଷଜ୍ଞ, ଦୁଇ କେନ୍ଦ୍ରମନ୍ତ୍ରୀ, ନିରାପତ୍ତା ସଂଗଠନର କିଛି ପୂର୍ବତନ ଓ ବର୍ତ୍ତମାନର ଅଫିସରଙ୍କ ନମ୍ବର ରହିଛି। ଦି ଓୟାର ପକ୍ଷରୁ ପ୍ରକାଶିତ ଖବରରେ କୁହାଯାଇଛି, କେଉଁ କେଉଁ ବ୍ୟକ୍ତିଙ୍କ ନମ୍ବର ହ୍ୟାକ କରାଯାଇଛି ତାହାକୁ କିଛି ଦିନ ମଧ୍ୟର ପ୍ରକାଶ କରାଯିବ। ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ଫୋନ ନମ୍ବର ମଧ୍ୟ ହ୍ୟାକ କରାଯାଇଥିବା ସୂଚନା ମିଳିଛି।

ଏସମସ୍ତ ବ୍ୟକ୍ତିଙ୍କ ନମ୍ବରକୁ ୨୦୧୮ରୁ ୨୦୧୯ ମଧ୍ୟରେ ଟାର୍ଗେଟ କରାଯାଇଥିଲା । ଦି ଓୟାରର ରିପୋର୍ଟ ଅନୁଯାୟୀ, ଯଦିଓ ଡାଟାବେସରେ ଏହି ସବୁ ନମ୍ବର ରହିଛି ତେବେ ସମସ୍ତ ନମ୍ବର ଯେ ହ୍ୟାକ କରାଯାଇଛି ତାହାର ଯଥେଷ୍ଟ ପ୍ରମାଣ ମିଳିନାହିଁ । ସେପଟେ ଏହି ଅଭିଯୋଗକୁ ପେଗାସସ ସଫ୍ଟୱେୟାର ବିକ୍ରି କରୁଥିବା ଇସ୍ରାଏଲୀ କମ୍ପାନୀ ଏନଏସଓ ଗ୍ରୁପ ଅଗ୍ରାହ୍ୟ କରିଛି । ଏନଏସଓର କହିବା ମୁତାବକ କେବଳ ସରକାରଙ୍କୁ ହିଁ ଏହି ସଫ୍ଟୱେୟାର ବିକ୍ରି କରାଯାଇଥାଏ। କମ୍ପାନୀର କହିବାନୁଯାୟୀ, ହ୍ୟାକ୍ ନେଇ ଆସିଥିବା ଅଭିଯୋଗ ଅମୂଳକ। ଏହି ଅଭିଯୋଗ ବିରୋଧରେ ମାନହାନି ମୋକଦ୍ଦମା କରିବାକୁ କମ୍ପାନୀ ଚିନ୍ତା କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ