Masthead

ପେଗାସସ ବିବାଦ: କିଏ କରୁଛି ଫୋନ ହ୍ୟାକ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ପେଗାସସ ସବୁଆଡ଼େ ଏବେ ଚର୍ଚ୍ଚାର ପରିସର ମଧ୍ୟରେ ରହିଛି । ବାରମ୍ବାର ଏହି ସଫୱେରକୁ ନେଇ କମ୍ପାନୀକୁ ଦୋଷ ମଧ୍ୟ କରାଯାଉଛି । ସେପଟେ ଏହି ସ୍ପାଇ ୱେୟାର କେବଳ ସରକାର ବ୍ୟବହାର କରିପାରିବାର ବ୍ୟବସ୍ଥା ଥିବା ବେଳେ, ଶତାଧିକ ଫୋନ ନମ୍ବର କିପରି ହ୍ୟାକ ହେଲା ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ହ୍ୟାକ ହୋଇଥିବା ଫୋନ ନମ୍ବରରେ ମଧ୍ୟରେ ସାମିଲ ରହିଛି ଅନେକ ଆଇନଜୀବୀ, ସରକାରୀ କର୍ମଚାରୀ, ସାମାଜିକ କର୍ମୀଙ୍କ ସମେତ ୩୦୦ରୁ ଅଧିକ ନମ୍ବର।

ଏହି ଡାଟାବେସରେ ଥିବା ତାଲିକାରେ ରହିଛନ୍ତି, ୪୦ରୁ ଅଧିକ ସାମ୍ବାଦିକ, ୩ ପ୍ରମୁଖ ବିରୋଧୀ ଦଳ ନେତା, ଜଣେ ସାମ୍ବିଧାନିକ ବିଶେଷଜ୍ଞ, ଦୁଇ କେନ୍ଦ୍ରମନ୍ତ୍ରୀ, ନିରାପତ୍ତା ସଂଗଠନର କିଛି ପୂର୍ବତନ ଓ ବର୍ତ୍ତମାନର ଅଫିସରଙ୍କ ନମ୍ବର ରହିଛି। ଦି ଓୟାର ପକ୍ଷରୁ ପ୍ରକାଶିତ ଖବରରେ କୁହାଯାଇଛି, କେଉଁ କେଉଁ ବ୍ୟକ୍ତିଙ୍କ ନମ୍ବର ହ୍ୟାକ କରାଯାଇଛି ତାହାକୁ କିଛି ଦିନ ମଧ୍ୟର ପ୍ରକାଶ କରାଯିବ। ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ଫୋନ ନମ୍ବର ମଧ୍ୟ ହ୍ୟାକ କରାଯାଇଥିବା ସୂଚନା ମିଳିଛି।

ଏସମସ୍ତ ବ୍ୟକ୍ତିଙ୍କ ନମ୍ବରକୁ ୨୦୧୮ରୁ ୨୦୧୯ ମଧ୍ୟରେ ଟାର୍ଗେଟ କରାଯାଇଥିଲା । ଦି ଓୟାରର ରିପୋର୍ଟ ଅନୁଯାୟୀ, ଯଦିଓ ଡାଟାବେସରେ ଏହି ସବୁ ନମ୍ବର ରହିଛି ତେବେ ସମସ୍ତ ନମ୍ବର ଯେ ହ୍ୟାକ କରାଯାଇଛି ତାହାର ଯଥେଷ୍ଟ ପ୍ରମାଣ ମିଳିନାହିଁ । ସେପଟେ ଏହି ଅଭିଯୋଗକୁ ପେଗାସସ ସଫ୍ଟୱେୟାର ବିକ୍ରି କରୁଥିବା ଇସ୍ରାଏଲୀ କମ୍ପାନୀ ଏନଏସଓ ଗ୍ରୁପ ଅଗ୍ରାହ୍ୟ କରିଛି । ଏନଏସଓର କହିବା ମୁତାବକ କେବଳ ସରକାରଙ୍କୁ ହିଁ ଏହି ସଫ୍ଟୱେୟାର ବିକ୍ରି କରାଯାଇଥାଏ। କମ୍ପାନୀର କହିବାନୁଯାୟୀ, ହ୍ୟାକ୍ ନେଇ ଆସିଥିବା ଅଭିଯୋଗ ଅମୂଳକ। ଏହି ଅଭିଯୋଗ ବିରୋଧରେ ମାନହାନି ମୋକଦ୍ଦମା କରିବାକୁ କମ୍ପାନୀ ଚିନ୍ତା କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି