୫ ବିଧାୟକଙ୍କୁ ତାଲା

୫ ବିଧାୟକଙ୍କୁ ତାଲା

କେନ୍ଦ୍ରାପଡ଼ା(ବଡ଼ ଖବର ବ୍ୟୁରୋ): ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ଅନ୍ୟ ସାମ୍ବାଦିକ । ସେହି ସମୟରେ ଜିଲ୍ଲାପାଳଙ୍କ ଅଫିସରେ ଉପସ୍ଥିତ ଥିବା ବିଜୁ ଜନତା ଦଳର ୫ ବିଧାୟକଙ୍କୁ ମଧ୍ୟ ଘେରିବା ସହ ତାଲା ଦେଇଥିଲେ ସାମ୍ବାଦିକ ମାନେ । ଘେରାଉ ବେଳେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚ୍ଚୀ ଏ ବିଷୟରେ ଜିଲ୍ଲାପ୍ରଶାସନ ସହ ଆଲୋଚନା କରିବାକୁ ଯାଉଥିବା ପ୍ରତିକ୍ରିୟା ରଖିଥିଲେ ।

ଘଟଣା କିଛି ଏଭଳି ଥିଲା, ବୁଧବାର ମୁହଁରେ ମାସ୍କ ନପିନ୍ଧି କୋଭିଡ୍ କଟକଣା ଉଲ୍ଲଙ୍ଘନ କରୁଥିଲେ ମହିଳା କନେଷ୍ଟବଳ । ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ଏହାର ଭିଡିଓ ଉଠାଇଲେ କନେଷ୍ଟବଳ ମ୍ୟାଡାମଙ୍କ ରାଗ ମୁଣ୍ଡକୁ ଉଠିଗଲା । ସର୍ବସାଧାରଣରେ ସାମ୍ବାଦିକଙ୍କ ଉପରକୁ ହାତ ଉଠାଇଦେଇଥିଲେ ମ୍ୟାଡାମ । ଯାହାର ଦାୟିତ୍ୱ ସୁରକ୍ଷା ଯୋଗଇବା ସେ ଏଠି ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭ ଉପରେ ହାତ ଉଠାଉଛି । ବୁଧବାର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ ଆଗରେ କିଛି ଏଭଳି ଘଟଣା ସାମ୍ନାକୁ ଆସିଥିଲା । ଏହାକୁ ବିରୋଧ କରି ସାମ୍ବାଦିକ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବା ସହ ସେଠାରେ ଉପସ୍ଥିତଥିବା ବିଧାୟକଙ୍କୁ ଘେରିଥିଲେ । ଏହା ସହ ଦୋଷୀ କନେଷ୍ଟବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ବାରମ୍ବାର ରାଜ୍ୟରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଛି । କିଛି ଦିନ ପୂର୍ବ ପୁରୀରେ ସାମ୍ବାଦିକଙ୍କୁ ପୋଲିସ ଆକ୍ରମଣ କରିଥିଲା । ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ରାଜ୍ୟରେ ବାରମ୍ବାର ସାମ୍ବାଦିକ ସୁରକ୍ଷା କଥା ଉଠୁଥିବା ବେଳେ ଏଥିପ୍ରତି କାହାର ଦୃଷ୍ଟି ପଡ଼ୁନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ