Masthead

ପଡ଼ୋଶୀଙ୍କ ଦାଦାଗିରି ବଢୁଛି, ଆମ ପ୍ରଶାସନ ଶୋଇ ରହିଛି

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ମାଟି ଓଡ଼ିଶାର, ପଟ୍ଟା ଆନ୍ଧ୍ରର। ଚରମସୀମାରେ ଆନ୍ଧ୍ରର ଦାଦାଗିରି । ଓଡ଼ିଶା ମାଟିରେ ପଟ୍ଟା ବାଣ୍ଟୁଛନ୍ତି ଜଗନ । ଶୋଇ ରହିଛନ୍ତି ଓଡ଼ିଶା ସରକାର । ଓଡ଼ିଶା ସୀମାରେ ପସି ଓଡ଼ିଶାକୁ ଧମକାଇଲେ ସାଲୁର ବିଧାୟକ । ୨୫୮ ହିତାଧିକାରୀଙ୍କୁ ଆନ୍ଧ୍ର ସରକାର ପଟ୍ଟା ଦେଇଛନ୍ତି । ଘଟଣାକୁ ମାନିଛନ୍ତି ପଟାଙ୍ଗୀ ବିଧାୟକ ପୀତମ ପାଢୀ । ହେଲେ ଫାଙ୍କିଦେଲେ କୋରାପୁଟ ଜିଲ୍ଲାପାଳ । ଓଡିଶା ଭିତରେ ପଶି, ନେରଡିବାଲସାର ତିନୋଟି ଗ୍ରାମବାସୀଙ୍କୁ ଜମି ପଟ୍ଟାବଣ୍ଟନ କରିଛନ୍ତି ସାଲୁର ମଣ୍ଡଳ ବିଧାୟକ ରାଜନ୍ନା ଦୋରା । ଖାଲି ପଟ୍ଟା ନୁହେଁ, ମିନି କଲଟିଭେସନ ପାଇଁ ଚାଷୀ ଉପକରଣ ସାମଗ୍ରୀ ଦେଇଛନ୍ତି ।

ଓଡ଼ିଶାର ସ୍ୱାଭିମାନ ଉପରେ ପ୍ରଶ୍ନ । ସରକାର ନିରବ କାହିଁକି ? ଓଡ଼ିଶା ମାଟିରେ ବାରମ୍ବାର ଦାଦାଗିରି କରୁଛି ଆନ୍ଧ୍ର । ନବୀନ ସରକାର ସହୁଛନ୍ତି କେମିତି ? ୫ ମାସ ତଳେ ନବୀନ କହିଥିଲେ କୋଟିଆ ଯିବି, କେବେ ଯିବେ ? ଓଡିଶାକୁ ସୁରକ୍ଷା ଦେବାରେ ସରକାର ବିଫଳ କି ? ସାଢେ ଚାରିକୋଟି ଓଡ଼ିଆଙ୍କ ମୁହଁକୁ ଚାପୁଡ଼ା ମାରିଚାଲିଛି ଆନ୍ଧ୍ର । ପଡ଼ୋଶୀଙ୍କ ଦାଦାଗିରି ବଢୁଛି, ଆମ ପ୍ରଶାସନ ଶୋଇ ରହିଛି । ଯାହାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ।

କୋଟିଆ ପ୍ରସଙ୍ଗରେ ଶେଷ ମୂହୁର୍ତ୍ତରେ ସରକାର ସୁପ୍ରିମକୋର୍ଟ ଗଲେ । ଉଚ୍ଚତମ ନ୍ୟାୟାଳୟରେ ସ୍ଥିତାବସ୍ଥା ଜାର ରହିଥିବା ବେଳେ ଆନ୍ଧ୍ର ଆଗକୁ ଆଗକୁ ମାଡି ଆସୁଛି । ହେଲେ ଅଟକାଇବା ପାଇଁ ସରକାରଙ୍କ ଯେମିତି ଇଚ୍ଛା ନାହିଁ । ଓଡ଼ିଶାର ସୀମାକୁ ପଡୋଶୀ ମାଡ଼ିବସିଲାଣି, ଆମେ ପଚାରିବୁ ମୁଖ୍ୟମନ୍ତ୍ରୀ ଏବେ ଖୁସି ତ ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’