Masthead

ଚାନୁ ଜିତିଲେ ଚାନ୍ଦି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦେଶ ପାଇଁ ଏହି ଗୌରବ ଆଣିଛନ୍ତି ମୀରାବାଈ ଚାନୁ । ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ପଦକ । ଅଲିମ୍ପିକ୍ସରେ ଭାରୋତ୍ତୋଳନକାରୀ ଭାବେ ରୌପ୍ୟ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ। ଏହା ସହିତ ମୀରାବାଈ ଚାନୁ ଇତିହାସ ରଚିଛନ୍ତି। ସେ ଭାରୋତ୍ତୋଳନରେ ୪୯ କେଜି ବର୍ଗରେ ଜିତିଛନ୍ତି ରୌପ୍ୟ ପଦକ। ସେ ସ୍ନାଚ୍‌ରେ ୮୭ ଓ କ୍ଳିନ୍ ଆଣ୍ଡ ଜର୍କରେ ୧୧୫ କେଜି ଉଠାଇଥିଲେ। ସେହିପରି କର୍ଣ୍ଣମ ମାଲେଶ୍ୱରୀଙ୍କ ପରେ ସେ ହେଉଛନ୍ତି ମୀରାବାଈ ଚାନୁ ହେଉଛନ୍ତି ଦ୍ୱିତୀୟ ଭାରୋତ୍ତୋଳନକାରୀ ଯିଏ ଦେଶ ପାଇଁ ଅଲିମ୍ପିକ୍ସରେ ମେଡାଲ ଜିତିଛନ୍ତି।

ଏହା ପୂର୍ବରୁ ୨୦୦୦ ମସିହାରେ ଅନୁଷ୍ଠିତ ସିଡନୀ ଅଲିମ୍ପିକ୍ସରେ କର୍ଣ୍ଣମ ମାଲେଶ୍ୱରୀ ବ୍ରୋଞ୍ଜ ପଦକ ଜିତିଥିଲେ। ମୀରାବାଈ ଚାନୁ ୪୮ କେଜି ଓ ୮୭ କେଜି ଓଜନକୁ ସଫଳତାର ସହିତ ଉଠାଇ ଦେଇଥିଲେ। କିନ୍ତୁ ୮୯ କେଜି ଉଠାଇବାରେ ‍ବିଫଳ ହୋଇଥିଲେ। ତେଣୁ ସ୍ନାଚ୍ ରାଉଣ୍ଡରେ ସେ ଦ୍ୱିତୀୟ ସ୍ଥାନରେ ରହି ଯାଇଥିଲେ। ଅନ୍ୟପକ୍ଷରେ କ୍ଲିନ୍ ଓ ଜର୍କରେ ୧୧୫ କେଜି ଓଜନ ଉଠାଇ ମୀରାବାଈ ଚାନୁ ଅଲିମ୍ପିକ୍ସରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି।

୨୦୧୭ ବିଶ୍ୱ ଚାମ୍ପିଅନଶିପରେ ମୀରାବାଈ ଚାନୁ ସ୍ନାଚରେ ୮୭ କେଜି ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଚଳିତ ବର୍ଷ ଏସୀୟ ଭାରୋତ୍ତୋଳନ ଚାମ୍ପିଅନଶିପରେ ସେ କ୍ଲିନ୍ ଆଣ୍ଡ ଜର୍କରେ ୧୧୯ କେଜି ଉଠାଇ ବିଶ୍ୱ ରେକର୍ଡ ତିଆରି କରିଥିଲେ। ସେ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଜିତିବା ପରେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଜଣାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ