Masthead

ବ୍ରାଜିଲ ଭାରତ ବାୟୋଟେକ ସହିତ କରିଥିବା ଚୁକ୍ତିକୁ ବାତିଲ କରିଛି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହାଇଦ୍ରାବଦ ସ୍ଥିତ ଭାରତୀୟ ଟିକା ନିର୍ମାତା କମ୍ପାନୀ ଭାରତ ବାୟୋଟେକ ସହିତ ବ୍ରାଜିଲ ୨ କୋଟି କୋଭାକ୍ସିନ ଟିକା ନେବାକୁ ଚୁକ୍ତି କରିଥିଲା । ତେବେ ବ୍ରାଜିଲ ଭାରତ ବାୟୋଟକ ସହିତ କରିଥିବା ଚୁକ୍ତିକୁ ବାତିଲ କରିଛି । କ୍ଲିନିକାଲ ଟ୍ରାଏଲରେ ବିଫଳ ହେବା ପରେ କମ୍ପାନୀ ସହିତ ବ୍ରାଜିଲ ସରକାର କରିଥିବା ଚୁକ୍ତି ବାତିଲ କରିଦେଇଛନ୍ତି । ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ କହିଛନ୍ତି କି, ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭିଡ-୧୯ ଟିକା କୋଭାକ୍ସିନ କ୍ଲିନିକାଲ ଟ୍ରାଏଲରେ ବିଫଳ ହେବା ପରେ ସରକାରଙ୍କ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି ।

ବ୍ରାଜିଲର ଔଷଧ ନିର୍ମାତା କମ୍ପାନୀ ପ୍ରେସୀସା ମେଡିଫାର୍ମାଟସ ଓ ଏନବିକ୍ସିୟା ଫର୍ମାସ୍ୟୁଟିକାଲ ଲିମିଟେଡ ସହିତ ଭାରତ ବାୟୋଟେକର ଚୁକ୍ତି ହୋଇଥିଲା। ନିୟାମକ ଦାଖଲ, ଲାଇସେନ୍ସ, ବିତରଣ, ବୀମା ଏବଂ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷଣର ଆଚରଣ ସହମତ ନହେବା ଏବଂ କ୍ଲିନିକାଲ୍ ପରୀକ୍ଷଣ ଅଟକି ଯିବା ପରେ ଚୁକ୍ତିନାମା ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ କହିଛନ୍ତି ।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଚୁକ୍ତି ବାତିଲ ହେବା ପରେ ଭାୟତ ବାୟୋଟେକ କହିଛି କି କମ୍ପାନୀ ବ୍ରାଜିଲ ଠାରୁ କିଛି ବି ଅର୍ଥ ଅଗ୍ରୀମ ଆଣି ନାହିଁ ଏବଂ ବ୍ରାଜିଲର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ କୌଣସି ଟିକା ଯୋଗାଇ ନାହିଁ । ହାଇଦ୍ରାବାଦ ସ୍ଥିତ ଏହି କମ୍ପାନୀ ପକ୍ଷରୁ କୁହାଯାଇଛି କି, ବ୍ରାଜିଲ ବିଶ୍ୱ ସ୍ତରୀୟ କାରବାର ଓ ଆଇନ ଅନୁଯାୟୀ ବ୍ରାଜିଲ ସହିତ ଚୁକ୍ତିନାମା କରିଥିଲା । ସମାନ ନିୟମ ଅନୁସରଣ କରି ବ୍ରାଜିଲ ବି ଭାରତ ବାୟୋଟେକ ସହିତ ଚୁକ୍ତି କରିଥିବା କମ୍ପାନୀ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା