ଆଜି ହାଇଦରର ପୋଷ୍ଟମର୍ଟମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ଗେମ୍ ଓଭର । ଶନିବାର ଏନକାଉଣ୍ଟରରେ ଟଳିପଡିଛି ସେକ୍ ହାଇଦର । ସିମୁଳିଆରେ ଫେରାର୍ ହେବା ସମୟରେ ପୋଲିସ ଗୁଳିରେ ହାଇଦରର ମୃତ୍ୟୁ ହୋଇଛି । ହାଇଦର ମୃତଦେହର ପୋଷ୍ଟମର୍ଟମ ରବିବାର କରାଯିବ ।  ହାଇଦରକୁ ଶନିବାର କଟକ ଚୌଦାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା । ଏହି ସମୟରେ ଅଧାବାଟରେ ସେ ପରିସ୍ରା କରିବାକୁ କହିଥିଲା ।

ପରିସ୍ରା ଯିବା ସମୟରେ ସେ ଫେରାର୍ ହେବାକୁ ଚେଷ୍ଟା କରିଥିଲା । ପୋଲିସ ହାଇଦରକୁ ଧରିବାକୁ ଯାଇ ଗୁଳି ମାରିଥିଲା । ଯାହାକି ତା ପେଟରେ ବାଜିଥିଲା । ହସ୍ପିଟାଲରେ ଶନିବାର ତାର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ହାଇଦର ପତ୍ନୀ ଏହି ମୃତ୍ୟୁ ଘଟଣାରେ ପୋଲିସକୁ ଦାୟୀ କରିଛି । ପୋଲିସ ଜାଣିଶୁଣି ହାଇଦରକୁ ମାରିଛି ବୋଲି ସେ କହିଛନ୍ତି । ଏହାସହ ତାଙ୍କୁ ତାଙ୍କ ସ୍ୱାମୀଙ୍କ ଡେଡବଡି ଦରକାର ବୋଲି ସେ ଦାବି କରିଛନ୍ତି । ସୂଚନା ଅନୁସାରେ, ପୋଷ୍ଟମର୍ଟମ ହେବା ପରେ ଶବକୁ ପରିବାରକୁ ସ୍ଥାନାନ୍ତର କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ