ଗୋଟିଏ ଶବ, ଅନେକ କଲ୍

ସୁନିଲ କୁମାର ନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଧୀରେ ଧୀରେ ଖୋଲୁଛି କମିଶନରେଟ ପୁଲିସର ଗୁମର। ଆଳୁ ଖୋଳୁ ଖୋଳୁ ମହାଦେବଙ୍କ ଆବିର୍ଭାବ ପରି ସାମ୍ନାକୁ ଆସୁଛି ଅନେକ ନିଖୋଜ ଅଭିଯୋଗ। ଗତ ୬ଦିନରୁ ପରେ ହେବ କୂଅଖାଇ ନଦୀ ବାଲିରେ ପୋତା ଯାଇଥିବା ମୃତ ଦେହର ତଦନ୍ତ ବେଳେ କମିଶନରେଟ ପୁଲିସ ହରଡ଼ଘଣାରେ ପଡିଛି। ଡିସିପିଙ୍କ ନିର୍ଦ୍ଦେଶ ପରେ ତଦନ୍ତ ନିମନ୍ତେ ଜନ ସାଧାରଣଙ୍କ ସହଯୋଗ ମାଗିବା ସହ ଫୋନ ନମ୍ବର ଜାରି କରାଯାଇଥିଲା। କିନ୍ତୁ ବର୍ତ୍ତମାନ ପୁଲିସ ଦ୍ୱାରା ଜାରି କରାଯାଇଥିବା ନମ୍ବରକୁ ଆସୁଛି ଅନେକ ନିଖୋଜ ବ୍ୟକ୍ତିଙ୍କ ଅଭିଯୋଗ।

ସୂଚନା ଅନୁସାରେ, ଦିଆଯାଇଥିବା ନମ୍ବରକୁ ରାଜଧାନୀ ଏବଂ ରାଜଧାନୀ ବାହାରୁ ଗତ ୪୮ ଘଣ୍ଟରେ ଆସିଲାଣି ୬ରୁ ପରେ ନିଖୋଜ ଅଭିଯୋଗ। ତଦନ୍ତନୁଯାୟୀ ଶ୍ୱାସ ରୁଦ୍ଧ କିମ୍ବା ବିଷ କ୍ରିୟା ହୋଇଛି କି ନାହିଁ ଜଣା ପଡିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଅସ୍ପଷ୍ଟ ଥିବାବେଳେ କୌଣସି ଆଭ୍ୟନ୍ତରୀଣ ଏବଂ ବାହ୍ୟ ଆଘାତ କିମ୍ବା କ୍ଷତବିକ୍ଷତ ନଥିବାରୁ ମାମଲା ଅଧିକ ଘନୀଭୂତ ହେବା ସହ ହତ୍ୟା ଆଡକୁ ଇଙ୍ଗିତ କରୁଛି। ସବୁ ତଥ୍ୟକୁ ରାଜ୍ୟ ଫରେନ୍ସିକ୍ ଲ୍ୟାବକୁ ପାଇଁ ପଠାଯାଇଛି। ଭିସେରା ରିପୋର୍ଟ ନ ଆସିବା ପର୍ୟ୍ୟନ୍ତ ମୃତ ଯୁବକର ପରିଚୟ ପାଇବା ପାଇଁ କମିଶନରେଟ ପୁଲିସ ଅନ୍ଧାରରେ ବାଡ଼ି ବୁଲାଇବା ସହ ପୋଷ୍ଟର ବାନର ଦ୍ୱାରା ପ୍ରଚାର କରୁଛି। ଏଣେ ଗୋଟିଏ ଶବର ପରିଚୟ ମିଳି ପାରିନଥିବା ବେଳେ ଏତେ ଗୁଡିଏ ନିଖୋଜ ବ୍ୟକ୍ତିଙ୍କ ଅଭିଯୋଗ ଆସିବା ପରେ ପୁଲିସର ମୁଣ୍ଡ ବିନ୍ଧା ହେବା ସହ ନିଖୋଜ ରିପୋର୍ଟ ଦାଖଲ ହେବାପରେ ପୁଲିସର ଗୁରୁତ୍ୱ ବୋଧ ଏବଂ କାର୍ୟ୍ୟକାରିତା ଉପରେ ସବୁ ମହଲରୁ ଉଠିଛି ପ୍ରଶ୍ନବାଚୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!