Masthead

ଗୋଟିଏ ଶବ, ଅନେକ କଲ୍

ସୁନିଲ କୁମାର ନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଧୀରେ ଧୀରେ ଖୋଲୁଛି କମିଶନରେଟ ପୁଲିସର ଗୁମର। ଆଳୁ ଖୋଳୁ ଖୋଳୁ ମହାଦେବଙ୍କ ଆବିର୍ଭାବ ପରି ସାମ୍ନାକୁ ଆସୁଛି ଅନେକ ନିଖୋଜ ଅଭିଯୋଗ। ଗତ ୬ଦିନରୁ ପରେ ହେବ କୂଅଖାଇ ନଦୀ ବାଲିରେ ପୋତା ଯାଇଥିବା ମୃତ ଦେହର ତଦନ୍ତ ବେଳେ କମିଶନରେଟ ପୁଲିସ ହରଡ଼ଘଣାରେ ପଡିଛି। ଡିସିପିଙ୍କ ନିର୍ଦ୍ଦେଶ ପରେ ତଦନ୍ତ ନିମନ୍ତେ ଜନ ସାଧାରଣଙ୍କ ସହଯୋଗ ମାଗିବା ସହ ଫୋନ ନମ୍ବର ଜାରି କରାଯାଇଥିଲା। କିନ୍ତୁ ବର୍ତ୍ତମାନ ପୁଲିସ ଦ୍ୱାରା ଜାରି କରାଯାଇଥିବା ନମ୍ବରକୁ ଆସୁଛି ଅନେକ ନିଖୋଜ ବ୍ୟକ୍ତିଙ୍କ ଅଭିଯୋଗ।

ସୂଚନା ଅନୁସାରେ, ଦିଆଯାଇଥିବା ନମ୍ବରକୁ ରାଜଧାନୀ ଏବଂ ରାଜଧାନୀ ବାହାରୁ ଗତ ୪୮ ଘଣ୍ଟରେ ଆସିଲାଣି ୬ରୁ ପରେ ନିଖୋଜ ଅଭିଯୋଗ। ତଦନ୍ତନୁଯାୟୀ ଶ୍ୱାସ ରୁଦ୍ଧ କିମ୍ବା ବିଷ କ୍ରିୟା ହୋଇଛି କି ନାହିଁ ଜଣା ପଡିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଅସ୍ପଷ୍ଟ ଥିବାବେଳେ କୌଣସି ଆଭ୍ୟନ୍ତରୀଣ ଏବଂ ବାହ୍ୟ ଆଘାତ କିମ୍ବା କ୍ଷତବିକ୍ଷତ ନଥିବାରୁ ମାମଲା ଅଧିକ ଘନୀଭୂତ ହେବା ସହ ହତ୍ୟା ଆଡକୁ ଇଙ୍ଗିତ କରୁଛି। ସବୁ ତଥ୍ୟକୁ ରାଜ୍ୟ ଫରେନ୍ସିକ୍ ଲ୍ୟାବକୁ ପାଇଁ ପଠାଯାଇଛି। ଭିସେରା ରିପୋର୍ଟ ନ ଆସିବା ପର୍ୟ୍ୟନ୍ତ ମୃତ ଯୁବକର ପରିଚୟ ପାଇବା ପାଇଁ କମିଶନରେଟ ପୁଲିସ ଅନ୍ଧାରରେ ବାଡ଼ି ବୁଲାଇବା ସହ ପୋଷ୍ଟର ବାନର ଦ୍ୱାରା ପ୍ରଚାର କରୁଛି। ଏଣେ ଗୋଟିଏ ଶବର ପରିଚୟ ମିଳି ପାରିନଥିବା ବେଳେ ଏତେ ଗୁଡିଏ ନିଖୋଜ ବ୍ୟକ୍ତିଙ୍କ ଅଭିଯୋଗ ଆସିବା ପରେ ପୁଲିସର ମୁଣ୍ଡ ବିନ୍ଧା ହେବା ସହ ନିଖୋଜ ରିପୋର୍ଟ ଦାଖଲ ହେବାପରେ ପୁଲିସର ଗୁରୁତ୍ୱ ବୋଧ ଏବଂ କାର୍ୟ୍ୟକାରିତା ଉପରେ ସବୁ ମହଲରୁ ଉଠିଛି ପ୍ରଶ୍ନବାଚୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା